Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Salila Sarangi

Romance

3  

Salila Sarangi

Romance

ଅତୀତ ପୃଷ୍ଠା

ଅତୀତ ପୃଷ୍ଠା

1 min
119



ଅଭୁଲା ପୃଷ୍ଠାରେ ଲିପିବଦ୍ଧ ଆମ

ପରିଚୟ ଅତୀତର 

ହୋଇ ମୂକ ସାକ୍ଷୀ ଆଜି ଵି ରହିଛି

ଦରିଆ କୂଳ ମନ୍ଦିର।୧।


ଦୂର ଝାଉଁ ବଣ ପୂରୁବ ପବନ

ଡାକୁଥିଲା ହାତ ଠାରି

କାହିଁ କେତେ ଦୂର ଚାଲୁଥିଲେ ଆମେ

ହୋଇ ହାତ ଧରାଧରି।୨।


ଆଜି ଵି ସେ ସ୍ପର୍ଶ କରେ ରୋମାଞ୍ଚିତ

ଶିହରଇ ତନ ମନ

ପ୍ରୀତିର ସାଗରେ ଦୁହେଁ ଵୁଡିଥିଲେ 

ଲାଜେ ହସୁଥିଲା ଜହ୍ନ। ୩।


ଲୁଚି ଯାଉଥିଲା ବାଦଲ ଭିତରେ

ମୁହଁ ତାର ଢାଙ୍କି ଦେଇ

ଅଭିମାନୀ କଇଁ ଝୁରି ମରୁଥିଲା

ତାର ପ୍ରତୀକ୍ଷାରେ ରହି।୪।


ଇର୍ଷାରେ ଇର୍ଷାରେ ଜଳି ଯାଉଥିଲା

ଦୁଇ ପ୍ରେମ ପକ୍ଷୀ ଦେଖି

କାହିଁ କେତେ ଦୂରେ ପ୍ରିୟତମ ତାର

ଝୁରୁଛି ସେ ନିରୀମାଖି। ୫।


ଅନନ୍ତ ସାଗର ଉତ୍ତାଳ ଲହରୀ

କୂଳ ଲଙ୍ଘି ଫେରୁଥିଲା

ସେ ଚାନ୍ଦିନୀ ରାତି ନୀରଵ ଯାମିନୀ 

ସ୍ମୃତି ହୋଇ ରହିଗଲା।୬।


ଶୋଇ ରହିଥିଵା ସେ ଜୀଵନ୍ତ ସ୍ମୃତି

ଯେଵେ କଡ ଲେଉଟାଏ

ଅମାନିଆ ମନ ଵୋଲ ମାନେ ନାହିଁ

ଆପେ ଟାଣି ହୋଇ ଯାଏ।୭।


Rate this content
Log in

Similar oriya poem from Romance