STORYMIRROR

Ranjit Sahu

Romance

3  

Ranjit Sahu

Romance

ତୁମ ବିରହରେ

ତୁମ ବିରହରେ

1 min
187


ତୁମକୁ ଭୁଲିକି ନିଜକୁ ଖୋଜିକି 

ସରିଗଲାଣି ଜୀବନର ପଥ 

ଆଜିବି ସତେଜ ମୋ ମନରେ କିନ୍ତୁ 

ତୁମ ପ୍ରତିଶ୍ରୁତି ଭୁଲା ଶପଥ ।


ସମୟକୁ ଦୋଷ ଦେବୀ ଅବା ମୁଁହି 

ଭାଗ୍ୟକୁ କରିବି ମୁଁ ଅନାଦର 

ଏକାକୀ ପଥର ପଥିକ ସାଜିଛି 

ଠିକଣା ବିହୀନ ମୁଁ ଯାଯାବର ।


କେଉଁଠାକୁ ଯାଇ କେଉଁଠି ହଜିବି,

ସବୁଠାରେ ତ ତୁମେ ପାଖେ ରୁହ  

ସାଉଁଟି ସାଉଁଟି ସ୍ମୃତିରୁ ମୁକୁର 

କେତେଦିନ ମନ ବୁଝିବ କୁହ,

ସେହି ଚଲାପଥ ସେହି ନିର୍ଜନତା 

ସେତିକି ବିରହ ସେତିକି ଲୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance