STORYMIRROR

D Nayak

Romance

3  

D Nayak

Romance

a torn page

a torn page

1 min
111


ସଭିଙ୍କ ଆଖିରେ ଭରିଯାଏ ଲୁହ 

ହୃଦୟ ହେଲେ ଅଶାନ୍ତ ।

ବହି ଯାଏ କାର ପି ଯାଏ କେହି

କୋହ କୁ ଛୁପାଇ ସେତ। 


ଦୁନିଆ ଆଖିରେ ହସୁଥାଏ ସଦା 

ଖୁସୀ ଵାଣ୍ଟି ଵାଣ୍ଟି ଯାଏ। 

କେଵେ କଣ କିଏ ପଚାରି ବୁଝିଛି 

କେଉଁଥିରେ ଖୁସୀ ସିଏ ?


ଦୁନିଆର ଛନ୍ଦ ଵୁଝିଵ କିପରି

ନିଷ୍କପଟ ତାର ମନ। 

କାଳିଆ କୁ ସଦା ସାକ୍ଷୀ ରଖି ଥାଏ 

ଦୁଃଖ ଆସେ ଯେଉଁ ଦିନ ।


ଚକା ଆଖି ତାର ସୂଖ ଦୁଃଖ ସାଥୀ 

ସବୁ ଵେଳେ ହସୁ ଥାଏ। 

ଆଖିରେ ଆଖିରେ ସବୁ କହି ଯାଏ 

ପ୍ରୀତି ର ବନ୍ଧନ ଇଏ ।

   


Rate this content
Log in

Similar oriya poem from Romance