STORYMIRROR

Swarnalata Dash

Romance

4  

Swarnalata Dash

Romance

ବିରହିଣୀ

ବିରହିଣୀ

1 min
262

ପ୍ରିୟତମ କେବେ ଶୁଣିଲନି ଥରେ

ମରମ ବୀଣାର କରୁଣ ସ୍ୱର

ପ୍ରିୟତମ ତୁମେ ବୁଝିଲନି ଥରେ

ହୃଦୟର ବ୍ୟଥା ହାହାକାର

ବାହାରେ ହସେ ମୁଁ ଅନ୍ତରେ କାନ୍ଦେ

କରିବାକୁ ହୁଏ ଅଭିନୟ

ନିଜ ଦୁଃଖ ଭାର ନିଜକୁ ଅଧିକ

କିଏ ବା ଅନ୍ୟର ବୁଝିବ କହ

ଅନ୍ତର ତଳେ କେତେ ଯେ ଯାତନା

ଯନ୍ତ୍ରଣା ହୋଇଛି ପୁଞ୍ଜିଭୂତ

କହି ବସିଲେ ଵି ଅସରନ୍ତି ସେତ

ବେଦନା ବିଧୂର ପ୍ରାଣ ଟି ତ

ତୁମ ସ୍ନେହ ବିନା ଛଟ ପଟ ହୁଏ

କିବା ଦିବା କିବା ଶର୍ବରୀ

ତୁମରି ଫେରନ୍ତା ପଥକୁ ଚାହିଁଛି

ଏ ପାରି ଚାତକ ଚାହିଁଲା ପରି

ମରମର କଥା କହିଦେବି ହେଲେ

କହିପାରେ ନାହିଁ ଥିଲେ ପାଖରେ

ଦୂରେ ଗଲେ ଖାଲି ମନ ଖୋଜୁଥାଏ

ଏକା ଏକା ଝୁରି ଦିନ ତ ସରେ

ତୁମେ କି ଜାଣିବ ତୁମରି ପରଶେ

ନିଃଶେଷ ହୁଏ ଅୟୁତ ଯୁଗର ଦୁଃଖ ତ

ଗୋଟିଏ ଚୁମାରେ କୋଟିଏ ଯୁଗର

ଯନ୍ତ୍ରଣା ହୁଏ ଦୂରୀଭୂତ

ଇଛା ହୁଏ ଯଦି ପାଖରେ ପାଆନ୍ତି

ଫେଡ଼ି ଦିଅନ୍ତି ମୋ କାହାଣୀ ପେଡି

ଆହା ପଦଟିଏ ପାଇଗଲେ ସତେ

ଭାବନ୍ତି ପାଇଲି ସ୍ୱର୍ଗକୁ ସିଡ଼ି

ସୁଖର ସମ୍ପଦ ଲୋଡ଼ା ନାହିଁ ମୋର

ହୀରା ନୀଳା ଅବା ମାଣିକ ମୋତି

ହରି ନାମ ଗାଇ ତୁମ କୋଳେ ଶୋଇ

ଶେଷ ଜୀବନ ମୋ ଯାଉ ହେ ବିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance