ପ୍ରୀତି ସିନ୍ଦୁକ
ପ୍ରୀତି ସିନ୍ଦୁକ
ସାତ ଜନମର ସାଥି ହୋଇ ପ୍ରିୟ
ଚାଲିବି ବୋଲି କଥା ଦେଇଛି
ଏ ଜନମ ନୁହଁ ସାତ ଜନମକୁ
ଗୋଟିଏ ଡୋରିରେ ସମ୍ପର୍କ
ଆମର ବାନ୍ଧି ଦେଇଛି ।
କେତେ ରାଗ ରୁଷା ଅଭିମାନ
ସର୍ବୋଚ୍ଚରେ ଆମ ଏ ବନ୍ଧନ
ମିଶେଇ ଦେଇଛି
ତମ ସ୍ପନ୍ଦନରେ ମୋରି ସ୍ପନ୍ଦନ ।
ତୁମ ସ୍ନେହ ଆଦର ର ଲକ୍ଷେ ଢେଉରେ
କ୍ଲାନ୍ତ ଅବଶ ମୋ ମନ
ଭିଜି ଭିଜି ନାଚୁଛି,
ଅଧରେ ସାଇତି ଅଳପ ହସରେ,
ସବୁ ସାଇତିଛି ସଜ ସକାଳର
ଫୁଲ ପାଖୁଡ଼ାରେ ।
ଆମ କଳି, ଝଗଡା ଆଉ ପ୍ରେମର ଗୋପନ
ଆଖିରେ ଭରିଛି ଅନେକ ସପନ
ମିଠା ମିଠା ପ୍ରୀତି ର ସ୍ପର୍ଶରେ
ମହକି ଉଠିଛି ଏଇ ଆମ ଜୀବନ ବୃନ୍ଦାବନ ।
ମେଘ ମୂଳକରୁ ଉଧାରୀ ମହକ
ଲିପି ଦେଇଛି ମୁଁ ପ୍ରେମ ର କାନ୍ଥ,
ମୋ କବିତାର ବଧୂ ବେଶ ରେ
ସବୁ ସ୍ମୃତି ସାଇତି ଦେଇଛି
ଆମ ପ୍ରେମ ଭରା ପ୍ରୀତି ସିନ୍ଦୁକରେ ।