STORYMIRROR

D Nayak

Romance

4  

D Nayak

Romance

ସୃତି ଏକ ପ୍ରଶ୍ନ ଚିହ୍ନ 🌹

ସୃତି ଏକ ପ୍ରଶ୍ନ ଚିହ୍ନ 🌹

1 min
247

ସବୁ ପଚାରନ୍ତି କାହାର ସେ ସୃତି 

ସାଇତି ରଖିଚୁ ଏତେ

କିଏ ସେ ସୁନ୍ଦରୀ ଦେବୀ ଅବା ପରି 

ପାଗଳ କରିଛି ତତେ ।


 କେମିତି କହିବି ଜୀବନ ସଗିଂନୀ

ତମେ ସେହି ପ୍ରିୟା ମୋର

ସବୁ ସୁଖେ ଦୁଃଖେ ସାଥୀ ହୋଇଅଛ

କରି ଅତି ଆପଣାର। 


 ସହର ର ଛଟା ନଥିଲା ତୁମଠି 

ଥିଲା କିନ୍ତୁ ସ୍ନେହ, ପ୍ରେମ

ଶତ ସୌନ୍ଦର୍ଯ୍ୟର ସମାହାର ଥିଲା 

ତମ ସେ ଧୈର୍ଯ୍ୟ ଅସୀମ। 


ଆଶାର ଦୁନିଆ ରୁପ ନେଲା ମୋର 

ତମରି ମମତା ପାଇ

ଜନ୍ମ ଜନ୍ମାତର ସାଥୀ ହୁଅ ମୋର 

କାଳିଆ ଆଶିଷ ନେଇ। 


ତମ ଗଲା ପରେ ଗୋଲାପ ଫୁଟିନି 

ବସନ୍ତ ବି ଫେରି ଗଲା

ବଗିଚା ର ଫୁଲ ରଂଗ ହୀନ ହେଲା 

ତମ କୁ ବା ଝୁରୁ ଥିଲା ।


ରଜନୀଗନ୍ଧା ର ବାସ୍ନା ନାହିଁ ଆଜି

ମଲୀ ଫୁଲ ଗନ୍ଧ ହୀନ

ଲାଜକୁଳୀ ଲତା ଝାଙଳି ପଡେନା 

ଯେତେ କରୁଥିଲେ ଯତ୍ନ। 


ତମେ ମୋ ସପନ ଜୀବନ ଦର୍ଶନ 

ତମେ ମୋର ସୂଖ ଶାନ୍ତି

ଆଉ କିଏ ଅଛି ହେବ ତମ ଭଳି  

ରଚିବ ଅଭୂଲା ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance