STORYMIRROR

Sarmistha Palai

Romance

4  

Sarmistha Palai

Romance

ତୁମ ବିନା

ତୁମ ବିନା

1 min
327

ତୁମ ବିନା ଆଜି ସବୁ ଋତୁ ଗୁଡା

ଫିକା ଫିକା ଲାଗୁଛି

ବସନ୍ତ ଆସୁଛି କୋଇଲି ଗାଉଛି

ମୋ' ମନଟା ତ' ବୁଝୁ ନାହିଁ

ଫଗୁଣ ବି' ଆସି ରଙ୍ଗ ଖେଳି ଗଲା

ହେଲେ ମୁଁ ଖେଳିଲି ନାହିଁ

ତୁମ ବିନା ପରା ଭଲ ନ ଲାଗିଲା

ତୁମେ ରହିଲ ତ କାହିଁ।


ଭୋଦୁଅ ଆସିଲା କାଶତଣ୍ଡି ଫୁଲେ

ନଦୀ, ବିଲ, ବନ୍ଧ ହୁଡାରେ

ପବନରେ କେତେ ଦେଖେଇ ନାଚିଲା

ମୋ' ଦେହ ସହିଲା ନାହିଁ

ଗୋଲାପ, ମଲ୍ଲି, ହେନା, ଚମ୍ପା ପୁଲ

ମାଳତୀ ଫୁଟି ବାସିଲା

ଭ୍ରମର ଉଡିକି ମନ ଆନନ୍ଦରେ

ସବୁ ଫୁଲ ଚୁମ୍ବି ଗଲା

ତାକୁ ଦେଖି କରି ମୋ' ଅନ୍ତର ଟା'

 ପରା ଇର୍ଷାରେ ଜଳି ଗଲା

ତୁମ ବିନା ଜମା ଭଲ ଲାଗିଲାନି

ଏତେ କଷ୍ଟ ମୋତେ ହେଲା।


ପହିଲି ମାଟିର ବାସ୍ନାରେ ଏ' ଧରା

ମହକି ମହକି ଗଲା

ଟୁପ୍ ଟାପ୍ ବର୍ଷା ପାଣିର ଛିଟାରେ

ଦେହ ଶୀତେଇ ଗଲା

ସାରୁ ବୁଦା ମୂଳେ ବେଙ୍ଗ ନାଚ ଦେଖି

ମନ ମୋ' ଉଦାସ ହେଲା

ଏମିତି କାହିଁକି ହେଲା

କଳା ବଉଦ ଟା

ମୁରୁକି ହସିକି ତାତ୍ସଲ୍ୟ କେତେ ଯେ କଲା

ତୁମ ବିନା ମୋତେ ଭଲ ଲାଗିଲାନି

ବର୍ଷା ପାଗ ବେକାର ରେ ମୋର ଗଲା।


ବରଷକ ବାର ମାସ ମୋର

ଏମିତି ବିତୁ ଅଛି

ଋତୁ ଆସି ଋତୁ ଯାଉଛି

କଥା ଦେଇ ତୁମେ କଥା ରଖିଲନି

ସେଇ କଥା ଗୁଡା ଭାବୁଛି

ବିରହ ନିଆଁରେ ତୁମ ବିନା

ମୁଇଁ ଏକା ଜଳି ମରୁଛି

ଆଉ କହିବିନି କିଛି

ଆଜି ଠାରୁ ଦେଖ ସତ କହିଦେଲି

ବସିବି ତୁମ ଠୁ' ଋଷି

କବି ତେଜସ୍ୱିନୀ ଶର୍ମିଷ୍ଠା ପଲାଇ ।


Rate this content
Log in

Similar oriya poem from Romance