STORYMIRROR

Satyanarayan Sahoo

Abstract Romance Classics

4  

Satyanarayan Sahoo

Abstract Romance Classics

ସର୍ବଂସହା ଧରୀତ୍ରୀ

ସର୍ବଂସହା ଧରୀତ୍ରୀ

1 min
277


ତୁହି ଲୋ ଧରିତ୍ରୀ ଅଟୁ ସର୍ବଂସହା

ସଭିଙ୍କୁ କୋଳାଇ କରୁ ସ୍ନେହ ଶ୍ରଦ୍ଧା ।

ସ୍ଥାବର ଜଙ୍ଗମ ଆଦି ।।

ସର୍ବଂସହା ତୁହି ଧରିଛୁ ଜନନୀ

ଅସଂଖ୍ୟ ପ୍ରକାର ପଶୁ ପକ୍ଷୀ ପ୍ରାଣୀ ।

ସାଗର ସରିତ ବନ ।।

ନଗ , ନଦ , ନଦୀ , ଉଦ୍ୟାନ ଇତ୍ୟାଦି

କେତେ ଯେ ଅଦ୍ଭୁତ ରହସ୍ୟ ସଂପାଦି ।

ଅଛୁ ଲୋ ତୁହି ଧରିତ୍ରୀ ।।

ଧନ ଧାନ୍ଯେ ଭରା ସୁନ୍ଦର ଏ ଧରା

ଧନ୍ଯ ତା'ର ସ୍ନେହ ଆଦର ଧାରା

ଧରିଛି ସଭିଙ୍କୁ କୋଳେ ॥

ପାଳୁଛୁ  ସଭିଙ୍କୁ ପ୍ରଗାଢ ସେନେହେ

ପୂଣ୍ଣତାରେ ସଦା ଜନ ମନ ମୋହେ

ପ୍ରେମେ ଆପଣାର କରି ॥

ହସେ ରସେ ଦୃଶ୍ୟ , ନାନାଦି ସନ୍ଦେଶେ

ହରେ ମନ ଯିଏ ଆହା କି ! ହରଷେ 

ତୋଳେ ଆନନ୍ଦ ଲହରୀ ॥

ଏହି ସେ ପୂଥିବୀ ଧରିତ୍ରୀ ଧରଣୀ

ନାନା ଭାବେ କରେ ଆମ କୁ ଯେ ଋଣୀ

ବିପୁଳ ଭାବ ପ୍ଲାବନେ ॥

ପାଳୁଅଛୁ ଆଜି ଧରୀତ୍ରୀ ଦିବସ

ପୂଥିବୀର ପାଇଁ ସୁ‐ଦିବ୍ଯ ସାହସ

ଭରି ଦେହେ ମନେପ୍ରାଣେ ॥

ଶୋଭା ସବୁଜିମା ତା'ର ସୁ‐ବିଭବ 

ସଂରକ୍ଷଣ କରି ଦୂରାଇ ଅଭାବ

ପ୍ରାଣେ ଭରିଦେବୁ ତୂପ୍ତି ॥



Rate this content
Log in

Similar oriya poem from Abstract