ତୁମପାଇଁ
ତୁମପାଇଁ
କିଛି ପ୍ରେମ ଥିଲା ବାକି
ତୁମକୁ ଦେବାକୁ
କିଛି ସ୍ଵପ୍ନ ଥିଲା ବାକି
ତୁମ ସାଥେ ଦେଖିବାକୁ
ଦିବାର କୋଳାହଳେ କେବେ
ରାତିର ନିର୍ଜନ ବେଳାରେ
ଅନାବନା ଭାବନାରେ ପୁଣି
ସ୍ୱପ୍ନର ବାହୁଯୁଗଳରେ
ଲାସ୍ୟମୟୀ ରୂପଲେଖା ତୁମେ
ସାଇତା ଅତି ଗୋପନରେ।।
ଧରିଥିଲି କିଛି ରଙ୍ଗ
ଦେବାପାଇଁ ମଥାରେ
ବେଦମନ୍ତ୍ର ଉଚ୍ଚାରଣେ ବସିଥିଲ
ଯେବେ ବଉଳପାଟରେ
ଇଏ ଫଗୁଣର ଫଗୁଛିଟା ନୁହେଁ
ଧୋଇଦେଲେ ଛାଡ଼ିଯିବ
ଇଏ ରଙ୍ଗ ସେ ବିଶ୍ଵାସର
ମୋ ଯିବାପରେ ଲିଭିଯିବ
ହାତରେ ହାତ ରଖି ଦେଇଥିଲି
ଭରସା ସାତଜନମର
ରଖିବି ସବୁ ପ୍ରତିଶୃତି
ଯେତେ ଏ ବନ୍ଧନର।।
ତୁମେ ଚଞ୍ଚଳା ସୌଦାମିନୀ
କଳା କାଦମ୍ବିନୀ କୋଳେ
ରୂପେଲି ଇନ୍ଦୁର ଜ୍ୟୋତ୍ସ୍ନା
ଆକାଶର ତାରା ମେଳେ
ଅଜଣାରୁ ଆରମ୍ଭ ଏବେ
ଦୁହେଁ ଦୁହିଁଙ୍କ ପାଇଁ ଜଣାଶୁଣା
ସ୍ମୃତି ତୁମର ସାଇତି ରଖିଛି
ହେବାକୁ ଦେବିନି ଭୁଲ୍ ବୁଝାମଣା
ଭୁଲିନି ମୋ ପ୍ରିୟାର
ଜନମ ଦିନର ତିଥି
ଦାୟିତ୍ୱର ଗଣ୍ଠିଲିରେ
ଏ ଦିନକୁ ଦେଇଛି ଲେଖି।।
ଯେତେ ଦୂରେ ଥିଲେ ବି
ଏ ନିଃଶ୍ୱାସର ଗତି
ଜଣେଇ ଦିଏ ମୋ ପାଶେ
ମୋ ପ୍ରିୟାର ଉପସ୍ଥିତି
ଊତ୍ଥାନ ପତନର ଚଲାପଥେ
ତୁମେ ମୋର ସୁମିତ୍ରା
ପାଖେ ଥିଲେ ଫିକାଫିକା
ସମୟ ବି ଲାଗେ ଶୁଭ୍ରା ସୁଚିତ୍ରା।।