STORYMIRROR

ASHIS KUMAR SWAIN33

Romance

4  

ASHIS KUMAR SWAIN33

Romance

ତୁମପାଇଁ

ତୁମପାଇଁ

1 min
397

   କିଛି ପ୍ରେମ ଥିଲା ବାକି 

             ତୁମକୁ ଦେବାକୁ

   କିଛି ସ୍ଵପ୍ନ ଥିଲା ବାକି 

             ତୁମ ସାଥେ ଦେଖିବାକୁ

   ଦିବାର କୋଳାହଳେ କେବେ

             ରାତିର ନିର୍ଜନ ବେଳାରେ

   ଅନାବନା ଭାବନାରେ ପୁଣି 

             ସ୍ୱପ୍ନର ବାହୁଯୁଗଳରେ

   ଲାସ୍ୟମୟୀ ରୂପଲେଖା ତୁମେ 

           ସାଇତା ଅତି ଗୋପନରେ।।


   ଧରିଥିଲି କିଛି ରଙ୍ଗ 

         ଦେବାପାଇଁ ମଥାରେ

   ବେଦମନ୍ତ୍ର ଉଚ୍ଚାରଣେ ବସିଥିଲ 

         ଯେବେ ବଉଳପାଟରେ

   ଇଏ ଫଗୁଣର ଫଗୁଛିଟା ନୁହେଁ 

         ଧୋଇଦେଲେ ଛାଡ଼ିଯିବ

   ଇଏ ରଙ୍ଗ ସେ ବିଶ୍ଵାସର 

          ମୋ ଯିବାପରେ ଲିଭିଯିବ

   ହାତରେ ହାତ ରଖି ଦେଇଥିଲି 

          ଭରସା ସାତଜନମର

   ରଖିବି ସବୁ ପ୍ରତିଶୃତି

          ଯେତେ ଏ ବନ୍ଧନର।।



   ତୁମେ ଚଞ୍ଚଳା ସୌଦାମିନୀ 

          କଳା କାଦମ୍ବିନୀ କୋଳେ 

   ରୂପେଲି ଇନ୍ଦୁର ଜ୍ୟୋତ୍ସ୍ନା 

          ଆକାଶର ତାରା ମେଳେ

    ଅଜଣାରୁ ଆରମ୍ଭ ଏବେ

          ଦୁହେଁ ଦୁହିଁଙ୍କ ପାଇଁ ଜଣାଶୁଣା

   ସ୍ମୃତି ତୁମର ସାଇତି ରଖିଛି 

          ହେବାକୁ ଦେବିନି ଭୁଲ୍ ବୁଝାମଣା

   ଭୁଲିନି ମୋ ପ୍ରିୟାର 

          ଜନମ ଦିନର ତିଥି

    ଦାୟିତ୍ୱର ଗଣ୍ଠିଲିରେ 

          ଏ ଦିନକୁ ଦେଇଛି ଲେଖି।।



    ଯେତେ ଦୂରେ ଥିଲେ ବି 

          ଏ ନିଃଶ୍ୱାସର ଗତି

    ଜଣେଇ ଦିଏ ମୋ ପାଶେ 

          ମୋ ପ୍ରିୟାର ଉପସ୍ଥିତି 

    ଊତ୍ଥାନ ପତନର ଚଲାପଥେ 

          ତୁମେ ମୋର ସୁମିତ୍ରା

    ପାଖେ ଥିଲେ ଫିକାଫିକା 

           ସମୟ ବି ଲାଗେ ଶୁଭ୍ରା ସୁଚିତ୍ରା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance