STORYMIRROR

DEEPALI JENA

Romance

4  

DEEPALI JENA

Romance

ମନେ ପଡ଼େ ସେଦିନ

ମନେ ପଡ଼େ ସେଦିନ

1 min
22

ତୁମେ ବି କେଡେ ଲାଜୁଆ ଥିଲ ଯେ

ଦୁହେଁ ମିଶି ଗୀତ ଗାଇଲା ବେଳେ 

ମୋ ଚାହାଣୀ ରେ ତୁମ ତାଳ ଅଲଗା ହେଇଯାଉଥିଲା,

ତଳେ ବସିଥିବା ଦର୍ଶକ ଆମକୁ ଦେଖି ମୁରୁକି ହସିଲାବେଳେ

କାହିଁକି ତମେ ସ୍ଵର ଭୂଲିଗଲ ବୋଲି 

ବଡ ପ୍ରଶ୍ନବାଚୀଟିଏ ସ୍ରୃଷ୍ଟି କରିଥିଲି ତୁମ ଆଗେ ?

ହେଲେ ଜାଣିପାରିଥିଲି ମୁଁ 

ତମ ମନରେ ମୋ ପାଇଁ ଥିବା ଦୁର୍ବଳତାଟିକୁ 


ଧିରେ ଧିରେ 'ତୁ' ରୁ 'ତମେ' ହେଇଗଲ 

ଆଜିବି ମନେ ଅଛି ସେଦିନ ଆଉ ସେ

ଛନ୍ଦହୀନ କବିତା,

ମନର ଭାଷାକୁ ବେଶ୍ ଜୀବନ୍ତ କରିଦେଇଥିଲ

ସେ ଛନ୍ଦହୀନ କବିତା ଶେଷରେ-

ତମ ସହ ମତେ ଛନ୍ଦିଦେଲା...

ଯୋଡିଦେଲା ଗୋଟେ ଏମିତି ବନ୍ଧନରେ 

ଯାହା ମୋର ମଥାର ଟିକିଲି

ଏବେ ସିନ୍ଦୂର ହେଇ ଝଟକୁଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance