ମନେ ପଡ଼େ ସେଦିନ
ମନେ ପଡ଼େ ସେଦିନ
ତୁମେ ବି କେଡେ ଲାଜୁଆ ଥିଲ ଯେ
ଦୁହେଁ ମିଶି ଗୀତ ଗାଇଲା ବେଳେ
ମୋ ଚାହାଣୀ ରେ ତୁମ ତାଳ ଅଲଗା ହେଇଯାଉଥିଲା,
ତଳେ ବସିଥିବା ଦର୍ଶକ ଆମକୁ ଦେଖି ମୁରୁକି ହସିଲାବେଳେ
କାହିଁକି ତମେ ସ୍ଵର ଭୂଲିଗଲ ବୋଲି
ବଡ ପ୍ରଶ୍ନବାଚୀଟିଏ ସ୍ରୃଷ୍ଟି କରିଥିଲି ତୁମ ଆଗେ ?
ହେଲେ ଜାଣିପାରିଥିଲି ମୁଁ
ତମ ମନରେ ମୋ ପାଇଁ ଥିବା ଦୁର୍ବଳତାଟିକୁ
ଧିରେ ଧିରେ 'ତୁ' ରୁ 'ତମେ' ହେଇଗଲ
ଆଜିବି ମନେ ଅଛି ସେଦିନ ଆଉ ସେ
ଛନ୍ଦହୀନ କବିତା,
ମନର ଭାଷାକୁ ବେଶ୍ ଜୀବନ୍ତ କରିଦେଇଥିଲ
ସେ ଛନ୍ଦହୀନ କବିତା ଶେଷରେ-
ତମ ସହ ମତେ ଛନ୍ଦିଦେଲା...
ଯୋଡିଦେଲା ଗୋଟେ ଏମିତି ବନ୍ଧନରେ
ଯାହା ମୋର ମଥାର ଟିକିଲି
ଏବେ ସିନ୍ଦୂର ହେଇ ଝଟକୁଛି।

