STORYMIRROR

Sarmistha Palai

Romance

4  

Sarmistha Palai

Romance

ବିରହ,ମିଳନ,ପ୍ରେମ ନିଦର୍ଶନ

ବିରହ,ମିଳନ,ପ୍ରେମ ନିଦର୍ଶନ

1 min
325

ବିରହ ଟା' ଯଦି ଜୀବନେ ନ' ଆସେ

  ମିଳନେ ମଧୁର କାଇଁ

ବିରହର ପରେ ମିଳନର ସ୍ୱାଦ

  ହୃଦୟକୁ ଯାଏ ଛୁଇଁ।


ଦୂରତା ତ' କିଛି ସମୟର ପାଇଁ

  ରହିବା ଉଚିତ କଥା

ନହେଲେ କେମିତି ଜାଣିବ କୁହତ

  ହୃଦେ ଉଠେ କେତେ ବ୍ୟଥା।


ଜୋଛନା ରାତି ଟା' ସବୁ ଦିନ ନୁହେଁ

  ଅମାବାସ୍ୟା ଟିକେ ଭଲ

ଅନ୍ଧାର ହୋଇଲେ ମୁଲ୍ୟଟା ବୁଝିବ

  କାହାକୁ ଯେ' ହରାଇଲ।


ସେଇ ଅନ୍ଧକାରେ କେତେ ତ' ଖୋଜିବ

  ପୂର୍ଣ୍ଣମୀର ଚାନ୍ଦ ମୁହଁ

ନଦେଖି ନୟନେ ଲୋତକର ଧାର

  ଝରିବ କି ନାହିଁ କୁହ।


ବିରହ ନିଆଁ ଟା ଜାଳି ଦିଏ ସତ

  ପାଉଁଶ ହୁଏନା କେବେ

ସେହି ପାଉଁଶରୁ ପ୍ରୀତି ବାସ୍ନା ଆସେ

  ସାଥି ଛୁଇଁ ଦିଏ ଯେବେ।


ବିରହ ନଥିଲେ ପ୍ରେମର ମହତ୍ତ୍ୱ

  କିଏ କଣ କେବେ ବୁଝେ

ବୁଝି ଗଲା ପରେ ବିରହ ଯାଇକି

  ହୃଦୟ ମିଳନ ଖୋଜେ।


ବିରହକୁ କେହି ଭଲପାନ୍ତି ନାହିଁ

  ମିଳନ ଖୋଜନ୍ତି ସବୁ

ମିଳନର ସ୍ୱାଦ ଟିକେ ଚଖେଇକି

  ବିରହ ନିଏ ତ' ସବୁ।


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

  ମିଳନ ପରେ ବିଚ୍ଛେଦ

ସେଇ ବିଚ୍ଛେଦକୁ ନିସ୍ୱାର୍ଥେ ଝୁରିଲେ

  ଫେରି ଆସେ ଯେ' ଆନନ୍ଦ।


ପ୍ରେମର ଦୁଈଟି ନେତ୍ର ହେଉଛନ୍ତି

  ବିରହ ଆଉ ମିଳନ

ମିଳନ ଚକ୍ଷୂ ଟି' ବନ୍ଦ ହୋଇ ଗଲେ

  ଲୁହେ ବିରହ ମଳିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance