STORYMIRROR

Sarmistha Palai

Romance

4  

Sarmistha Palai

Romance

ଅପେକ୍ଷା

ଅପେକ୍ଷା

1 min
210


ସ୍ନିଗ୍ଧ ଶୀତଳତା ହୃଦେ ଭରି ଦେଇ

  ଧୋବ କୁହୁଡିକୁ ଛୁଇଁ।

ଅପଲକ ନେତ୍ର ମୁଦ୍ରିତ ହୁଏନା

  ରହିଛି ପଥକୁ ଚାହିଁ।


ସ୍ପଳିତ କଣ୍ଠ ରୁଦ୍ଧବୀର୍ଯ୍ୟ ସାଜି

  ଅନ୍ତର ଲୋତକେ ଭିଜେ।

ଦୂର ଦିଗନ୍ତ ଅଫେରା ପଥିକ ର'

  ପଦ ଧ୍ଵନି କର୍ନେ ବାଜେ।


କେବେ କେବେ ପ୍ରାଣ ପ୍ରସ୍ପୁଟିତ ହୁଏ

  ପୁଣି କେବେ ଝରା ଫୁଲ।

ଆଶା ଆଙ୍କାକ୍ଷାର ନିଳିମା ଆକାଶେ

  ଅନ୍ଧାର ବଉଦ ଝୁଲ।


ଉଙ୍କି ମାରେ ଝାପ୍ସା ସୁନେଲି ସପନ

  ପ୍ରୀତିର ମୁରୁଜ ବୁଣି।

ବାସ୍ତବତା ଯେବେ ମାନସେ ବିକଶେ

  ଲୁହରେ ଧୁଏ ସେ' ପୁଣି।


ଗିରି ଶିଖରକୁ ଛୁଏଁ ଯେବେ ଭାନୁ

  ପଦ୍ମିନୀ ଓଠରେ ହସ।

ବିରହ ଜ୍ବଳର କଷଣ ପରଶେ

  ନିତି ପିଏ ମୁହିଁ ବିଷ।


ବିଗଳିତ ମାଂସ ମଜ୍ଜାର ଆହୁଲା

  ଶରୀର ନଦୀର ରକ୍ତ।

କାମନା ବାସନା ଜଳାଞ୍ଜଳି ଦିଏ

  ନ' ରଖିକି ଅନୁରକ୍ତ।


ତଥାପି କାହିଁକି କେଜାଣି ଜାଣେନା

  ଅପେକ୍ଷାର ନାହିଁ ଅନ୍ତ।

ହୃଦୟ ଫୁଲର କେଶର ଭିତରେ

  ଆଜିବି ପ୍ରେମ ଜୀବନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance