STORYMIRROR

Sarmistha Palai

Romance

4  

Sarmistha Palai

Romance

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

1 min
245


ଆଜି କାଇଁ ଭାରି ମନେ ପଡେ

ଆମର ସେ' ହଜିଲା ଦିନର କଥା ଗୁଡା

ପଶ୍ଚିମ ଆକାଶେ ଯେତେବେଳେ ସୁରୁଜ

ଲୁଚି ଲୁଚି ଯାଆନ୍ତି ଆଉ ଜହ୍ନ ଉଇଁ ଉଇଁ ଆସେ କେତେ ମନୋରମ ଥିଲା ସତରେ ସେ ଦୃଶ୍ୟ

ମୁଁ ସେଇ ଦୃଶ୍ୟକୁ ଦେଖୁ ଥାଏ ଯେତେବେଳେ ତୁମେ ମୋ ମୁଣ୍ଡରେ

ହାତ ମାରିକି କୁହ

ଏ' ପାଗେଳି କଣ ଏତେ ଦେଖୁଚୁ......


   ଆଉ ମୁଁ ଲାଜେଇକି ତୁମ ଛାତିରେ ମୁହଁ ଲୁଚେଇ ଦିଏ

ତୁମେ ଯେତେ ଯାହା ପଚାରିଲେବି

ମୁଁ କିଛି କୁହେନି ସେମିତି ତୁମ ଛାତିରେ ମୁହଁ ଲୁଚେଇ ଥାଏ।

ଗୋଧୂଳି ଲଗନର ସେଇ ଅଭୁଲା ସ୍ମୃତି

ଆଜି ବି' ହୃଦୟରେ ସ୍ପନ୍ଦନ ହୋଇ ଧକ ଧକ ହେଉଛି।

   


  ତୁମର ମନେ ଅଛି ନା' ସେଇ ନଈ ତୁଠରେ ବସିକି ଆମେ କେତେ କଥା ହେଉଥିଲୁ।

ଆଉ ପାଣିରେ ଆମ ଦୁଈ ଜଣଙ୍କର ଛବି ଦେଖି

କେତେ କଣ ଭାବନାରେ ହଜି ଯାଉଥିଲୁ

କେତେ ଅଝଟ କରୁଥିଲି ମୋତେ ଫୁଲ ଆଣିକି ଦିଅ ବୋଲି

ତୁମେ ବି' ଗୋଟେ ପାଗଳ ମୁଁ କହୁ କହୁ ପାଣିରେ ପସି ଯାଉଥିଲ ।


  କୁଆଁରୀ ବୟସର ସେ ଦିନ ଗୁଡା ଆଜି ଭାରି ମନେ ପଡେ

ଆମ ପ୍ରେମ କେତେ ନିବିଡ଼ ଥିଲା

କାହା ବିନା ବଞ୍ଚିବା କଷ୍ଟ ଥିଲା

ଆଜି ଯେତେବେଳେ ସେ ଜହ୍ନ କୁ ଅନେଇ ଦିଏ ଏମିତି ଲାଗେ ସତେ ଯେମିତି

ତୁମେ ଚାହିଁଛ ମୋତେ

ଆଉ କହୁଚ ମୁଁ ତୁମର ଦୂର ଜହ୍ନ ହେଲେ

ତୁମେ ମୋର ଦୂର ନୀଳ କଇଁ।

କବି ତେଜସ୍ୱିନୀ ଶର୍ମିଷ୍ଠା ପଲାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance