STORYMIRROR

Bibhutibhusan Majhi

Romance Classics

4  

Bibhutibhusan Majhi

Romance Classics

ପ୍ରୀତି ମନ୍ତର

ପ୍ରୀତି ମନ୍ତର

1 min
99

ଯଶୋଦା ନନ୍ଦନ    ଛନ୍ଦ ହଇରାଣ

     ବୁଝ ସିନା ରାଇ ତୁମେ

କଲ ଅଭିମାନ     ରହିଲ ମଉନ

     ନୟନ ତାର ନରମେ ।୧।

ବିରହ ବେଦନା     କରିବେ ରଚନା

     ସରମିଲେ ଜୟଦେବ

ତାଙ୍କ ରୂପେ ଆସି    ଲେଖେ ଯଦୁବଂଶୀ

     ‘ଦିଅ ହେ ପଦ ପଲ୍ଲବ’ ।୨। 

ହେ ରାଇ ସୁନ୍ଦରୀ     ତୁମ ପାଦ ଧରି

     ଆକୁଳ ଭରା ଅନ୍ତର

ତୁମକୁ ମନାଏ     ତେରେଛି ଅନାଏ

     କି ଥିଲା ପ୍ରୀତି ମନ୍ତର ।୩। 

କି ଥିଲା ଆବେଗ    ମମତା ସରାଗ

     ତୁମ ଓଠର କମ୍ପନ

ଆନନ୍ଦାଶ୍ରୁ ଝରେ     ବେନି ନୟନରେ

     ଗାତ୍ରେ ଜାଗେ ଶିହରଣ ।୪।

ତୋଳି ବେନି ହସ୍ତ    କଲ କୋଳାଗ୍ରତ

     ଗୁଞ୍ଜି ଉଠେ ବଂଶୀସ୍ୱନ

ଯମୁନାର ଜଳେ     ନାଚନ୍ତି କଲ୍ଲୋଳେ

     ଓଁକାର ଭେଦେ ଗଗନ ।୫।

କି ବ୍ରୀଡ଼ା ସେ ମାନେ    କି ପିଡ଼ା ଗୁମାନେ

     କି ଯାଦୁଭରା ପରଶ

ବତାଅ ଗୋ ରାଇ     ସେହି ଭାବ ନେଇ

     କରିବି ମାଧବ ବଶ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance