STORYMIRROR

Bharatabandhu Biswal

Romance

3  

Bharatabandhu Biswal

Romance

ଦେଉଅଛି କଥା

ଦେଉଅଛି କଥା

1 min
136


ଦେଉଅଛି କଥା ନୋହିବ ଅନ୍ୟଥା

ପିଣ୍ଡେ ପ୍ରାଣ ଥିବା ଯାଏ

ନିଭାଇବି ତୁମ ସାଥିଟି ନିଶ୍ଚୟ

ଭୁଲିବିନି କେବେ ପ୍ରିୟେ ।

ଦେଖିବି ତୁମରି ଦୁଇଟି ଆଖିରେ

ନିଜ ରୂପ ପ୍ରତିବିମ୍ବ

ତୁମରି ଲାଜକୁ ଆଙ୍କିବି ତୂଳିରେ

ଭରିଦେବି ସପ୍ତରଙ୍ଗ ।

ଥିଲେ ପାଶେ ତୁମେ ଭୁଲିଯିବି ଦୁଃଖ

ଆସୁ ଯେତେ ଝଡ଼ଝଞ୍ଜା

ହସିହସି ଆମେ ଦରିଆ ବୁକୁରେ

ବାହିନେବା ଆମ ଡଙ୍ଗା ।

ମହକି ଉଠିବ ନନ୍ଦନବନର

ପ୍ରୀତିପୁଷ୍ପ ପାରିଜାତ

ଜୀବନ ମରୁରେ ବହିବ ମଳୟ

ଗାଇବା ଜୀବନ ଗୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance