ଦେଉଅଛି କଥା
ଦେଉଅଛି କଥା
ଦେଉଅଛି କଥା ନୋହିବ ଅନ୍ୟଥା
ପିଣ୍ଡେ ପ୍ରାଣ ଥିବା ଯାଏ
ନିଭାଇବି ତୁମ ସାଥିଟି ନିଶ୍ଚୟ
ଭୁଲିବିନି କେବେ ପ୍ରିୟେ ।
ଦେଖିବି ତୁମରି ଦୁଇଟି ଆଖିରେ
ନିଜ ରୂପ ପ୍ରତିବିମ୍ବ
ତୁମରି ଲାଜକୁ ଆଙ୍କିବି ତୂଳିରେ
ଭରିଦେବି ସପ୍ତରଙ୍ଗ ।
ଥିଲେ ପାଶେ ତୁମେ ଭୁଲିଯିବି ଦୁଃଖ
ଆସୁ ଯେତେ ଝଡ଼ଝଞ୍ଜା
ହସିହସି ଆମେ ଦରିଆ ବୁକୁରେ
ବାହିନେବା ଆମ ଡଙ୍ଗା ।
ମହକି ଉଠିବ ନନ୍ଦନବନର
ପ୍ରୀତିପୁଷ୍ପ ପାରିଜାତ
ଜୀବନ ମରୁରେ ବହିବ ମଳୟ
ଗାଇବା ଜୀବନ ଗୀତ ।

