STORYMIRROR

linki barik

Romance Others

3  

linki barik

Romance Others

ପ୍ରେମ

ପ୍ରେମ

1 min
162

ଶ୍ଵର୍ଗୀୟ,ଚିରନ୍ତନ,ଶାଶ୍ଵତ ପ୍ରେମ,

ସମର୍ପଣ ନୋଭେଲ ରେ ଶୀର୍ଷକ ପ୍ରେମ।


ବିଶ୍ଵାସ ଲିଖନୀ ରେ ଲିଖନ ପ୍ରେମ,

ଭରସା ଆକାଶେ ତାରକା ପ୍ରେମ।


ଆନନ୍ଦମୟ ପୁଣି ଯନ୍ତ୍ରଣାଦାୟକ ପ୍ରେମ,

ବିରହ ପୁଣି ଈଶ୍ୱରୀୟ ପ୍ରେମ ।


ବିନା ବସନ୍ତରେ ମଳୟ ପ୍ରେମ,

ବିନା ରୋୖଦ୍ରତାପେ ଶିଶିର ପ୍ରେମ।


ଉତ୍ତପ୍ତ ଖରାରେ ତୁଷାର ପାତ ପ୍ରେମ,

ବିନା ବାଦଲରେ ବର୍ଷା ଛିଟା ପ୍ରେମ।


ଅଦିନିଆ ବର୍ଷାରେ ଇନ୍ଦ୍ରଧନୁ ପ୍ରେମ,

ପ୍ରମଦ ପୁଲକର ବିହନ ପ୍ରେମ।


ମନ ଆକାଶେ ଚାନ୍ଦ ପ୍ରେମ,

ଭାବନା ଆକାଶେ ଚାନ୍ଦିନୀ ପ୍ରେମ ।


ବିନା ଅନୁଭବରେ ରୋମଞ୍ଚକ ୠତୁ ପ୍ରେମ,

ସୁନାଝରା ପ୍ରଦୋଷର ପୂଲକ ପ୍ରେମ।


ଭୂବନ ପ୍ରୟୋଧିର ପୁଳକ ପ୍ରେମ,

ଜୀବନ ଆମ୍ବୋଧିର ନିଃଶ୍ୱାସ ପ୍ରେମ।


ଅପେକ୍ଷା କ୍ଷପାର ମିହିର ପ୍ରେମ,

ବିରହ ନକ୍ତର ଭାନୁ ପ୍ରେମ।


ଅତିଷ୍ଠ ପ୍ରୟୋଗରେ କଳାପି ପ୍ରେମ,

ଘୋର ବଳାହକରେ ସରିତ ପ୍ରେମ।


ମନ ଜୀମୂତେ ତଡ଼ିତ୍ ପ୍ରେମ,

ହୃଦୟ ପ୍ରସୂନେ ଭ୍ରମର ପ୍ରେମ।


ଚେତନା ଧରାରେ ଅନଳ ପ୍ରେମ,

ଭାବନା ହୁତାସନେ ପୟଃ ଏ ପ୍ରେମ।


ଭାବନା ଶିଖାରେ କାଶାର ପ୍ରେମ,

ଦୁର୍ଲଭ ଐଶ୍ବର୍ଗିକ ଦାନ ଏ ପ୍ରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance