STORYMIRROR

BISHWAJIT DASH

Romance Others

3  

BISHWAJIT DASH

Romance Others

ପ୍ରଥମ ପ୍ରେମ ର ଛିଟା

ପ୍ରଥମ ପ୍ରେମ ର ଛିଟା

1 min
252

                

ମୋ ହୃଦୟ ର ରାଣୀ ତୁହି ପ୍ରିୟା,

          ହୃଦୟ କୁ ଜିଣି ଗଲୁ।

ପ୍ରେମ ର ସମ୍ପର୍କ କେତେ ଯେ ହୃଦୟୀ, 

           ତୁହି ଜଣାଇ ଦେଲୁ।


 ଜଣା ନାହିଁ ପ୍ରିୟା , ପ୍ରେମ ଟି ତୋର ,

         କେତେ ମିଛ କେତେ ସତ ।

ହୃଦୟ ଟି ମୋର ବାଲିର ଘର ଯେ, 

         ପାଣି ଦେଲେ ଯିବ ହତ।



କଥା ଦେଇଅଛୁ ଜୀବନଟା ସାରା, 

         ହାତ ଧରି ଚାଲିବାକୁ।

ସପନ ସାଗରେ ନାବିକ ଟେ ହୋଇ, 

          ଭସାଉଇଛି ସ୍ବପ୍ନ ନାଆକୁ।



ହୃଦୟରୁ ତୋତେ ପାଇଛି ରେ ଭଲ,

          ବିଶ୍ୱାସ ର ଡୋରି ଭିଡ଼ି।

ଭାବନା ରଖ ଯେ ଧୋକା ଦେଲେ ତୁହି, 

           ଯିବି ମୁହିଁ ପ୍ରାଣ ଛାଡ଼ି।



 ପ୍ରଥମ ରୁ ପ୍ରିୟା କହିଥିଲୁ ତୁ ଯେ,

           ପ୍ରେମର ସମ୍ପର୍କ ପାଇଁ।

ହିଁ ଦେଇଥିଲି ଭେଟ ନେବା ପାଇଁ,

          ସଙ୍କୁଅଛୁ ଆଜି କାହିଁ।



ଦେଖି ମୁଁ ପାରୁନି ପ୍ରେମ କୁ ତୋର,

        ପ୍ରେମ କୁ ନପାଇ ଖୋଜି।

ଚାତକ ପରିଯେ ଚାହିଁ ବସିଛି,

         ପ୍ରେମ ଟିକେ ପାଇଁ ଆଜି ।



ତୋର କଥା ଭାବି କେତେ ପୀଡ଼ା ପ୍ରିୟା,

           ଦିନ ଆଜି ସରୁନାହିଁ ।

ଅନ୍ଧାର ନିଶି ରେ ଲୋଚନୁ ନିଦ୍ରା ମୋ,

          ଆଜି ଯାଏ କାହିଁ ହଜି।



ସତ କହ ପ୍ରିୟା ତୋ ହୃଦୟରେ,

         ପ୍ରେମ ଅଛି କି ନାହିଁ।

ନାହିଁ ଯଦି କହ,ଖେଳ ପରି ଏହି ଛଳନା ପ୍ରେମ କୁ,

           କାହିଁ ରହିଥିବିି ଚାହିଁ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance