STORYMIRROR

Gangotri Priyadarshini

Romance

3  

Gangotri Priyadarshini

Romance

ଫେରିବ କି ପୁଣି ଥରେ

ଫେରିବ କି ପୁଣି ଥରେ

1 min
196

ଫେରିବ କି ପୁଣି ଥରେ

ପ୍ରତୀକ୍ଷାରେ ତୁମର ମୁଁ ନିତି ଗଢେ ନିତି ଭାଙ୍ଗେ

କଳ୍ପନାର ବାଲିଘର ପ୍ରତି ନିଶିଥରେ 


ଫେରିବ କି ସତେ

ହାତ ଧରି ଚୁପି ଚୁପି ଅନ୍ଧାର ରାତିରେ

ଭିଜିବାକୁ ଜହ୍ନ ଜୋଛନାରେ 


ତୁମ ବାହୁ ବନ୍ଧନରେ 

ଆତୁରେ ଥିବି ଚାହିଁ ଅପଲକ ନୟନରେ

ତୁମ ଫେରିବା ସୁଖରେ ମୋର ମନ ଅଗଣାରେ 


ଫେରିବ କି ସତେ ପୁଣି ଥରେ

ମୋ ଅଗୋଚରେ କେବେ ଭିଜା ବସନ୍ତରେ

ଗୋଲାପି ଚିଠିରେ ହୃଦୟ ନିରବ ଡାକରେ

ପକ୍ଷୀରାଜ ଘୋଡ଼ା ଚଢ଼ି ସାଥେ ନେବ ପ୍ରୀତି ସବାରୀରେ

ହଜୁଥିବି ସମ୍ମୋହନେ ତୁମ ଶବ୍ଦ ଚାତୁରୀରେ

ଫେରିବ କି ସାଥି ପୁଣି ଥରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance