STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଓଡ଼ିଆ କବିତାପ୍ରିୟା ମୋର

ଓଡ଼ିଆ କବିତାପ୍ରିୟା ମୋର

1 min
157


ପ୍ରିୟା ମୋର ହୃଦୟର ରାଣୀ 

ଅତି ଅଲିଅଳି ଭାରି ଅଭିମାନିନୀ 

ଟିକେ ଟିକେ କଥାରେ ନାକ ଆଗରେ ରାଗ, 

ଏତେ ଚୁଲୁବୁଲି ବେଳେ ବେଳେ ଯାଏ ରୁଷି 

ନଟଖଟିରେ ଦେଖାଇ କେଡେ ବାଗ। 

ମୁଁ ତାକୁ ପାଇବା ଦିନଠୁ ହୃଦୟରୁ ଭଲ 

ମୋ ମନରେ ବୋଳି ଦେଇଛି ଅଲିଭା ରଙ୍ଗ 

ଭାରି ଭଲ ଲାଗେ ତାର ଏ ସବୁ ଭାବ 

ବଢିଯାଏ ତା ପ୍ରତି ମୋର ଅନୁରାଗ। 

ପ୍ରିୟା ମୋର ମନ ମୟୂରୀ 

ମୋ ମନ ଆକାଶେ ଉଠିଲେ କଳାମେଘ 

ନାଚି ଯାଏ ସେ ପ୍ରୀତିର ଛନ୍ଦ ତୋଳି,

ସେ ମୋ ହୃଦୟର ଝୁଲଣାରେ ଝୁଲି ଝୁଲି 

କେତେ ଆନନ୍ଦେ ଖେଳେ ଦୋଳି। 

ରୂପ ରଙ୍ଗ ତାର ଫଗୁଣର ମହକଭରା 

କୋଟିଏରେ ଗୋଟିଏ ସେ ଲାଗେ ନିଆରା, 

ତା ପାଇଁ ମୁଁ ଉଲ୍ଲସିତେ ହୁଏ ଆତ୍ମହରା 

ସୁନ୍ଦର ପ୍ରକୃତିର ଏ ମଧୁମୟ ଧରା 

ଲାଗେ ମୋତେ ବହୁଛି ଅମୃତର ଧାରା। 

ପ୍ରିୟା ମୋର ଜହ୍ନ ଭରା ଜୋଛନା ରାତି 

ତା ସାଥେ ହସ ଖୁସିରେ ମୋ ଦିନ ଯାଉ ବିତି, 

ଜୀବନରେ ଆସେ ଯେତେ ପାର୍ଥିବ ଆଶକ୍ତି 

ତା' ପ୍ରେମର ରୂପେଲି ପରଶେ ପାଏ ଶକ୍ତି। 

ବିଚ୍ଛେଦର ଘନ ତିମିର ନିଶି ଯାଏ ଦୂରେଇ 

ହସି ଦେଲେ ଥରେ ଦେଇ ତା' ପ୍ରେମ ଜ୍ୟୋତି। 

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance