Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Romance

4  

Jayashree Das

Romance

ସମ୍ଭାବନା

ସମ୍ଭାବନା

1 min
332


    

ପଲ୍ଲବିତ ତରୁଲତା ସବୁଜିମା ଭରିଛି,

ବରଷାର ପ୍ରୀତିଛିଟା ତା ଦେହରେ ବାଜିଛି

ଚାରୁମୟୀ ସୁଷମାରେ ଧରଣୀର ଶରୀର,

ଅଙ୍ଗେ ଅଙ୍ଗେ ଶିହରଣ ପ୍ରୀତିରଙ୍ଗେ ଭିଜିଛି ।


ଇନ୍ଦ୍ରଧନୁ ସପ୍ତରଙ୍ଗ ତା ଉପରେ ଢାଳିଛି,

ଆକାଶର ଆଲିଙ୍ଗନେ ତନୁତାର ମଜ୍ଜିଛି

ନୂତନତ୍ୱ ସୃଷ୍ଟିନେଇ ମନେଆଶା ବାନ୍ଧିଛି,

ଉପହାର ଦେବସିଏ ସଂସାରକୁ ଭାବୁଛି ।


ନିଦାଘର ତପ୍ତତାରେ ହୃଦେଥିଲା ଶୁଷ୍କତା,

ବାରିଧାରା ଢାଳିଦେଲା ଦେହେ ଶୀତଳତା

ମନର ଅଗଣାସାରା ବର୍ଣ୍ଣlଳୀର ସବିତା,

ବିଜୁଳିର ପରଶରେ ହୋଇଗଲା ଦ୍ରବିତା ।


ଆଶାଅଙ୍କୁରିତ ହେଲା ପ୍ରିୟାର ମିଳନେ,

ଗଗନ ବଢାଏ ହାତ ମଧୁ ଆଲିଙ୍ଗନେ

ଦୂରଦିଗବଳୟେ ମିଶି ଏକକାର ମନେ,

ମାତୃରୂପା ସୃଷ୍ଟିକରେ ସୌନ୍ଦର୍ଯ୍ୟର ଦାନେ ।


ବର୍ଣ୍ଣମୟୀ ଚାରୁଶୀଳା ପୃଥିବୀର ତନୁ,

ଆନନ୍ଦେ ଉତଫୁଲ୍ଲିତ ଦେଖି ନଭେ ଭାନୁ

ଆକାଶ ଧରଣୀ ଆଉ ସଲୀଳ ସଂଯୋଗେ,

ହସଇ ପ୍ରକୃତିରାଣୀ ଦୁଃଖଭୁଲି ମନୁ ।


ରିମଝିମ ରିମଝିମ ପାଉଁଜିର ଶବଦେ,

ମେଘକନ୍ୟା ଦେଇଗଲା ଉପହାର ଆନନ୍ଦେ

ଗାଉଛି ବସୁଧାରାଣୀ ତା ଆଗମନୀ ସଂଗୀତେ,

ବର୍ଷା ତା ପ୍ରିୟ ବାନ୍ଧବୀ ତାକୁ ହୃଦୟରୁ ବନ୍ଦେ ।



Rate this content
Log in

Similar oriya poem from Romance