STORYMIRROR

Kabiratna Nutan Kumar Behera

Romance

4  

Kabiratna Nutan Kumar Behera

Romance

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ

1 min
410

   

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ

ଜନମ ହୁଏ ସାର୍ଥକ ଜୀବନ ତାର ଧନ୍ୟ

ଦୁନିଆଁରେ ସେ ସବୁଠୁ ଭାଗ୍ୟବାନ

ଜନମରୁ ପାଇଥାଏ ମା'ଠୁ ସ୍ନେହ ମମତା

ବାପାଙ୍କଠାରୁ ଶ୍ରଦ୍ଧା ଆଦର 

ଭାଇ ଭଉଣୀ ଆତ୍ମୀୟଙ୍କର ଆନ୍ତରିକତା

ବନ୍ଧୁ ବାନ୍ଧବଙ୍କଠାରୁ ଆପଣାର ଭାବ

ନିଶ୍ଚିତ ରୂପେ ସେ ପୁଣ୍ୟବନ୍ତ

ମଧୁମୟ ହୋଇଥାଏ ତା' ପାଇଁ ଧରାଧାମ

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ

ମନ ଲାଖି ମନଟିଏ ହୋଇଥିବ ତାର

ପବିତ୍ର ହୃଦୟରେ ଭଲ ପାଉଥିବ

ନଥିବ କିଛି ଦ୍ବିଧା ଆଶଙ୍କା କି ସନ୍ଦେହ

ଧର୍ମପତ୍ନୀ ତାର ହୋଇ ସତୀସ୍ଵାଧୀ

ସାଥେ ରହିଥିବ ଚିର ଅନୁଗାମିନୀ

ଜୀବନର ପଥେ ଚାଲିଥିବ ହାତ ଧରି

ପରସ୍ପର ମଧ୍ୟରେ ଥିବ ଅଗାଧ ଅନୁରାଗ

ଦୁଇ କାୟା ଏକ ଆତ୍ମା ହୋଇ

ଯୁଝୁଥିବେ ଲୁହରେ ଲହୁରେ ଏକ ସାଥେ

ବୁଝାମଣା ଥିବ ସର୍ବଦା ଦୃଢ଼ ଅତୁଟ

କାୟା ଛାୟା ପରି ରହିଥିବେ ଅଭିନ୍ନ

ଘରକୁ ତାଙ୍କର ଗଢ଼ି ମନ୍ଦିର ସମ

ପାଳୁଥିବେ ଦୁହେଁ ମିଶି ସତ୍ୟ ଧରମ

ସେ ଜୀବନଠାରୁ ଆଉ କିଛି ନାହିଁ ଉତ୍ତମ

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ

ସୀତା ପରି ସ୍ତ୍ରୀ ପାଇବାକୁ ରାମ

ସାବିତ୍ରୀ ଭଳି ଭାର୍ଯ୍ୟା ପାଇଁ ସତ୍ୟବାନ 

ଯୁଗେ ଯୁଗେ ହୋଇଥାନ୍ତି ଜନମ

ସୃଷ୍ଟିକର୍ତ୍ତାଙ୍କ ଆଶିଷର ଏ ବରଦାନ

ଥିଲେ ବି ଅଜଣା ଅଚିହ୍ନା ଯେତେ ଦୂରେ

ସଂଯୋଗ ବଶତଃ ହୁଏ ତାଙ୍କର ମିଳନ

କୌଣସି ଶକ୍ତି ପାରେନା ତାଙ୍କୁ ରୋକି

ପ୍ରାରବ୍ଧର ପୁଣ୍ୟ ନେଇ ପାନ୍ତି ସୁଖ ଶାନ୍ତି ତୃପ୍ତି

ଚିରନ୍ତନ ଶାଶ୍ଵତ ପ୍ରେମର ଏ ପ୍ରମାଣ

ପରଂବ୍ରହ୍ମଙ୍କର ଚରଣେ ଲଭିଥାନ୍ତି ଶରଣ

ସମୂହ କଲ୍ୟାଣ ଲାଗି କରୁଥାନ୍ତି କରମ

ଆଦର୍ଶ ଜୀବନସାଥୀ ରୂପେ ବିତାନ୍ତି ଜୀବନ

ତାଙ୍କୁ ସଦୟ ହୋଇ ରହିଥାନ୍ତି ପରମ

ମିଳିଥାଏ ଯା'କୁ ପ୍ରକୃତ ପ୍ରେମ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance