STORYMIRROR

Sarmistha Palai

Romance

4  

Sarmistha Palai

Romance

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

1 min
363


ଫୁଲେଇ ଫଗୁଣ ଅଝଟ ହେଉଛି

  ରଙ୍ଗ ହୋଲି ଖେଳି ବାକୁ।

ବସନ୍ତ ମଳୟ ଉଚ୍ଛନ୍ନ ପରା ଟି'

  ତାକୁ ଟିକେ ଛୁଇଁବାକୁ।


କୁହୁ କୁହୁ ତାନେ କୋଇଲି ଗାଉଛି

  ଆମ୍ବ ବଉଳର ଡାଳେ।

ହଳଦୀ ବସନ୍ତ ଲୁଚି ଯାଉଥାଏ

  ସବୁଜ ପତ୍ର ବହଳେ।


ଗଛରେ ସେଫାଳି ପେନ୍ଥା ପେନ୍ଥା ହସେ

  ଉଷ୍ମ, ଶୀତଳ ପରଶେ।

ନାନା ରଙ୍ଗ ଫୁଲ ଫୁଟି ବାସୁଛନ୍ତି

  କି' ଶୋଭା ସତେ ନ' ଦିଶେ।


ନୂତନ ପଲ୍ଲବେ ପଲ୍ଲବୀତ ହୋଇ

  ବୃକ୍ଷରାଜି ସୁଶୋଭିତ।

ମଧୁ ଚୁମ୍ବି ବାକୁ ଭ୍ରମର ବୁଲନ୍ତି

  ଗୁଣୁ ଗୁଣୁ ଗାଇ ଗୀତ।


ପ୍ରେମର ମାସଟି ଅଟଇ ଫଗୁଣ

   କେତେ ଭାବ ଦିଆ ନିଆ।

ରାଧା ଶ୍ୟାମ ପ୍ରୀତି ଦୋଳ ଯାତରାରେ

  ଦେଖୁଚି ସାରା ଦୁନିଆଁ।


ସୁରୁଜ କିରଣ ମୁରୁଜ ବୁଣୁଛି

  ନୀଳ ପୁଷ୍କରିଣୀପରେ।

ନଳିନୀ ଅଳସ ଭାଙ୍ଗି ଉଠୁଅଛି

  ପାଖୁଡା ମେଲି ଜଳରେ।


ତାରା ଫୁଲ ଖିଲି ଖିଲି ହସୁଛନ୍ତି

  ଚାନ୍ଦକୁ କଣେଇଁ ଚାହିଁ।

ସରମି ଯାଉଛି ନୀଳ କଇଁ ଦେଖ

  ସଞ୍ଜ ଆସେ ଯେବେ ନଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance