STORYMIRROR

Niranjan Mishra

Romance

4  

Niranjan Mishra

Romance

ପ୍ରେମରେ ଲାଗିଛି କଳଙ୍କ

ପ୍ରେମରେ ଲାଗିଛି କଳଙ୍କ

1 min
406


ପ୍ରେମ କଥା ଆଜି ପଡିଛି ବୋଲି ମୁଁ

କହୁଛି ସବୁ ଫିଟାଇ ।

ପ୍ରେମରେ ବ୍ୟଗ୍ରତା ବ୍ୟଥା ବିଫଳତା

ରୋଦନ ସବୁ ଆସଇ ।୧।

ପ୍ରେମ ଅଶ୍ରୁ ସିନା ଅଟେ ବରଦାନ

ଶୋକ ଅଶ୍ରୁ ଅଭିଶାପ ।

ଅନାବିଳ ପ୍ରେମ ବିଶ୍ବାସ ଅଟଇ

ପ୍ରେମ ନୁହେଁ କେବେ ପାପ ।୨।

ଈଶ୍ବର ସୃଷ୍ଟିରେ ଅପ୍ରାକୃତ ପ୍ରେମ

କେହି ନୁହେଁ ପ୍ରେମ ସରି ।

ଅଢେଇ ଅକ୍ଷର ପ୍ରେମ ଏ ଶବଦ

ଲାଗେ ଶୃତି ରୁଚି ଭାରି । ୩।

ଯେତେ ପୋଥି ପଢ ସାରା ଜଗତର

ପଣ୍ଡିତ ନହେବ କେହି ।

ଅଢେଇ ଅକ୍ଷର ପ୍ରେମ ପାଠ ପଢି

କେବା ପଣ୍ଡିତ ହୁଅଇ ।୪।

ପ୍ରେମ ତ ନଥାଏ ବିଷୟାସକ୍ତିରେ

କାମନା ବାସନା ତହିଁ ।

କରିଥାଏ ବାସ ତୃଷ୍ଣା ହିଁ ଅଶେଷ

ପରିତୃପ୍ତି ଯାର ନାହିଁ ।୫।

ପ୍ରେମେ ମତ୍ତ ହୋଇ ଯୁବକ ଯୁବତୀ

ବୋଲନ୍ତି କରୁଛୁ ପ୍ରେମ ।

ବିବାହ ବନ୍ଧନେ ଆବଦ୍ଧ ହୋଇଣ

ପାଳନ୍ତି ଗୃହସ୍ଥ ଧର୍ମ  ।୬।

ସଂସ୍କାରୀ ନହୋଇ ହେଲେ କୁସଂସ୍କାରୀ

ବିଷୟାସକ୍ତିରେ ବାଧା ।

ଉପୁଜିଲେ ତାଙ୍କ ବିବାହ ବିଚ୍ଛେଦ

ଏବେ ଦେଖୁଛି ବସୁଧା  ।୭।

ପ୍ରେମରେ ଲାଗିଛି କଳଙ୍କ ଏବେ ଏ

କୁସଂସ୍କାରୀ ପୀଢି ପାଇଁ ।

ପ୍ରେମରେ କଳଙ୍କ ଲଗାନ୍ତି ଏମାନେ

ନିଜ ଆୟତ୍ତେ ନଥାଇ  ।୮।

ପ୍ରେମେ ବନ୍ଧା ଥିଲେ ଶ୍ରୀରାଧା ଶ୍ରୀକୃଷ୍ଣ

ଅପ୍ରାକୃତ ତାଙ୍କ ପ୍ରେମ ।

ଗୋପିକାଙ୍କ ପ୍ରେମ ଥିଲା ଅନାବିଳ

କଳଙ୍କ ନୁହେଁ ସେ ପ୍ରେମ  ।୯।

ସୁନ୍ଦର ଏ ପ୍ରେମ ନୋହୁ କଳଙ୍କିତ

ସାଧୁ ହୁଅ ସାବଧାନ ।

ପ୍ରେମରୁ କଳଙ୍କ କର ଦୂରୀଭୂତ

ରହୁ ତା ତତ୍ତ୍ବ ଅକ୍ଷୂର୍ଣ୍ଣ  ।୧୦


Rate this content
Log in

Similar oriya poem from Romance