STORYMIRROR

Sarmistha Palai

Romance

4  

Sarmistha Palai

Romance

ପ୍ରେମ

ପ୍ରେମ

1 min
211


ମୋ ହୃଦୟର ଝରକା ଫାଙ୍କେ

ଦେଖିଥିଲି ତୋର ମୁହିଁ

କିନ୍ତୁ ସେଇ ମୁହିଁ ଆଜି ଯେମିତି

ମୋ ବଞ୍ଚିବାର ଠିକଣା ହୋଇଯାଇଛି

ତୋତେ ଦିନେ ନ ଦେଖିଲେ

କାହିଁକି କେଜାଣି

ମନଟା ବ୍ୟସ୍ତ ହୋଇପଡେ

ଏଇଟା ବୋଧେ ପ୍ରେମ।


ତୋର ସେ ମିଠା ମିଠା କଥା

ଆଉ ସୁ ଢଳ ଚେହେରା

ମନକୁ ଟାଣି ନିଏ ତୋ ଆଡକୁ

ତୋର ପ୍ରଥମ ପରଶ

ଶିହରଣ ଭରିଦେଇଛି ମନ ପ୍ରାଣରେ

ତୁ ଏବେ ମୋ ଜୀବନ

ଏଇଟା ବୋଧେ ପ୍ରେମ।


ନା ଆଖିକୁ ନିଦ ଆସୁଛି

ନା ଠିକ୍ ରେ ଭୋକ ହେଉଛି

ଇଛା ହଉଚି ଦିନ ରାତି ତୋରି ସାଥିରେ

ବସିକି କଥା ହୁଅନ୍ତି

ମୋ ହୃଦୟର ସ୍ପନ୍ଦନ ଭିତରେ ତୁ

ମୋ ଭାବନାର ଶବ୍ଦ ରେ ତୁ

ମୋର ଲେଖନୀର କାଳୀରେ ତୁ

ତୁ ମୋ ପ୍ରେମ ହୃଦୟର

ଏଇଟା ବୋଧେ ପ୍ରେମ।


ତୋ ହାତ ଧରି ବାଟ ଚାଲୁଥିଲେ

ଯେମିତି ସ୍ଵର୍ଗ ସୁଖ ମିଳି ଯାଏ ମୋତେ

ଇଛା ହୁଏ ଦିନ ସରନ୍ତାନି

କି ରାତି ପାହାନ୍ତା ନାହିଁ

ସବୁ ବେଳେ ତୁ ଆଉ ମୁଁ

ଏଇଟା ବୋଧେ ପ୍ରେମ ।



Rate this content
Log in

Similar oriya poem from Romance