STORYMIRROR

ASHIS KUMAR SWAIN33

Abstract Romance

4  

ASHIS KUMAR SWAIN33

Abstract Romance

ଅପେକ୍ଷାରତ ପ୍ରଶ୍ନ

ଅପେକ୍ଷାରତ ପ୍ରଶ୍ନ

1 min
455


ଅନେକ ଅସମାହିତ ପ୍ରଶ୍ନର ଗୁଚ୍ଛ ଭିତରେ

ଛିଡ଼ା ହୋଇ ଅପେକ୍ଷା କରିଛି

ତାର ଫେରିବା ବାଟକୁ

କିଛି ଜଟିଳ ଶବ୍ଦର ଅର୍ଥ

ଆମ ସମ୍ପର୍କର ବର୍ଣ୍ଣବୋଧ ପୃଷ୍ଠାରୁ ପଚାରିବାକୁ !!


ଅନନ୍ତ ସମ୍ପର୍କର ଏ କେମିତିକା ଅସ୍ତରାଗ ???

ପଚାରି ନ ଥିଲି କେବେ ଏପ୍ରକାର ଅବାଞ୍ଛିତ ପ୍ରଶ୍ନ

ନା ଭାବିଥିଲି ଅନୁଶୀଳନ କରିବାକୁ ହେବ

ଭାବନାର ପରିକଳ୍ପନାକୁ

ନା ପୁଣି ସ୍ୱପ୍ନର ବାସ୍ତବତାକୁ ।।


ସ୍ଵୀକୃତି ମାଗିଥିଲି କେବଳ ପାଇବାକୁ

ଶାଶ୍ଵତ ମିଳନର ପରାକାଷ୍ଠା

ଜଣା ତ ନ ଥିଲା ଉଛ୍ୱାସ ପ୍ରେମ ଆକାଶର ତାରାମେଳେ 

ଲୁଚିଯିବ ଇନ୍ଦୁର ପ୍ରତିଷ୍ଠା 

ଥିଲା ଖାଲି ବିଶ୍ୱାସ ଓ ଭରସାର ସ୍ଥିର ଜଳରାଶିରେ

ଥକି ପଡ଼ିଥିବା ପ୍ରଶ୍ନର ଲହରୀମାଳା ।।


ଭୁଲିବି କେମିତି ସେ ଜୁଳୁଜୁଳିଆକୁ 

ରାତ୍ରିର ଅନ୍ଧାରରେ ତାର ସାଥିକୁ

ଯିଏ ଆଲୋକ ଦେଖାଇ ଡାକିନେଇଥିଲା

ଗୋଟେ ଅଚିହ୍ନା ଅଜଣା ରାଇଜରୁ 

ଆପଣାର ସେଇ ଛୋଟ ଦୁନିଆକୁ

ବାଆ ହୋଇ ଉଡେଇନେଇଥିଲା ସଂଶୟର ବୁଢିଆଣୀ ଜାଲକୁ

ପୁଣି କାହିଁକି??

ସ୍ମୃତି ଓ ସମର୍ପଣର ଠିକଣାରେ ଛାଡ଼ିଦେଇଗଲା

ଏ ଅକୁହା ପ୍ରଶ୍ନର ଚିହ୍ନ ସବୁକୁ??


ନିନ୍ଦା କରିନି କେବେ ସମୟର ପରିହାସକୁ

ନିଷ୍ପିଷ୍ଟ ସମ୍ପର୍କର ଦ୍ଵାରରେ କ୍ଳାନ୍ତହୋଇ 

ବାରମ୍ବାର ପ୍ରଶ୍ନ କରିଛି ନିଜକୁ

ବହୁତ୍ ଖୋଜିଛି ଧୂଳିର ଆବରଣ ତଳେ 

ପୋତି ହୋଇ ପଡିଥିବା ଉତ୍ତରକୁ 

ଯାହାକୁ ବ୍ୟାକୁଳତା ଭରା ଆଖିରେ ଚାହିଁଛି !!

ବିନ୍ଦୁ ବିନ୍ଦୁ ଲୁହରେ ଧୋଇହୋଇ ଯାଉଥିବା କାଗଜର 

ପ୍ରତିଶ୍ରୁତିକୁ ଛାତିରେ ଲଗେଇ ମନଭରି କାନ୍ଦିଛି ।। 


ପ୍ରତିବାଦ କରିନି କି ଅଭିମାନ ବି କରିନି

ପୁଣିଥରେ ଫେରି ଆସିବାକୁ ଖାଲି ଅନୁରୋଧ କରିଛି

ଏ ପ୍ରଶ୍ନ ଗଦାର ପାଚେରୀଟା ଦୂରତା

କିଛି ବଢ଼େଇଛି ଆମ ଭିତରେ

ନିମିଳିତ ଆଖି ଶିର୍ଣ୍ଣ ଅବୟବେ 

ପାଦ ଯେବେ ପହଁଚିଲା  ତା ଠିକଣାରେ

ସମୟ ଅଟ୍ଟହାସ୍ୟ କରୁଥିଲା ମୋ ଅସହାୟତା ଉପରେ 

କହୁଥିଲା ଆଉ କେଉଁ ପ୍ରଶ୍ନର ଉତ୍ତର 

ଜାଣିବାକୁ ଆସିଛୁ ଏ ନିର୍ଜୀବ ପ୍ରତିମୂର୍ତ୍ତି ଠାରେ ????

ଅପେକ୍ଷାରତ ପ୍ରଶ୍ନ ସାମ୍ନାରେ ମୁଁ ଏକ ପ୍ରଶ୍ନ 

ବଞ୍ଚିବି ଆଉ କାହା ସ୍ମୃତିରେ.........।।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract