STORYMIRROR

Golak Bihari Sahoo

Romance

4  

Golak Bihari Sahoo

Romance

ରଜ ମଉଜ

ରଜ ମଉଜ

1 min
355

ମନ ମଉଜିଲେ  ପୁଲକିିତ ହେଲେ

   ମନରେ ଉତ୍ସାହ ଗଢେ,

ସୁସ୍ଥ ମନେ ସୁସ୍ଥ   ଶରୀରେ ଜୀବନ 

   କର୍ମେ କୁୁୁଶଳତା ବଢେ ।


ଆସଲୋ ବଉଳ   ଆସଲୋ ମକର

   ରଜରେ ମଉଜ କରି,

ନୂଆ ଶାଢୀ ପିନ୍ଧି   ପାଦରେ ଅଳତା

   ମଥାରେ ଟିିିପାକୁ ଭରି ।


ଦୋଳିରେ ଝୁଲିବା   ରଜଦୋଳି ଗୀତ

   ଶୁୁଣି ଶୁୁୁୁୁୁଣାଇବା ଏବେ, 

ମାଆ ମାଉସୀଙ୍କୁ   ଖୁସିି କରାଇବା

   ନାଚି ନଚାଇବା ସର୍ବେ ।


ଆସଲୋ ସବିିିତା   ରୀତା,ଗୀତା,ସୀତା 

   ଖାଇ ଖୁଆଇବା ପିଠା, 

ମନ ହୃଦୟକୁ   ରସେ ରସାଇବା

   ପାଟିରେ ଭରିବା ମିଠା । 


ଓଡିଶା ମାଟିରେ   ରଜ ପର୍ବ ଆମ

   ରାଜ୍ୟର ଏ ଗଣ ପର୍ବ, 

ମାଟିର ମାଆକୁ   ପୂଜନ କରିିବା 

   ଆମ ସଂସ୍କୃତିର ଗର୍ବ । 


ବର୍ଷା ଆଗମନେ   ପୃଥିବୀ ମାତା ଯେ

   ରଜବତୀ ପରା ହେବେ, 

ରଜ ତିନି ଦିନ  ମାଟିର ମାଆ ଯେ

   ଯତ୍ନେ ବିଶ୍ରାମ ନେବେ । 


ନୂଆ ଶସ୍ଯ ଜନ୍ମ   ଦେବାପାଇଁ  ମାଟି 

   ବ୍ଯାକୁଳେ ଥାଆନ୍ତି ଚାହିଁ, 

ବର୍ଷା ଆଗମନେ   ଚାଷୀପୁଅମାନେ 

   ଧାନ କ୍ଷେତେ ଯାନ୍ତି ଧାଇଁ । 


କୁମାରୀ ମନର   କଳିକା ବ୍ୟାକୁଳ 

   ପ୍ରଷ୍ଫୁ୍ଟିତ ହେବା ପାଇଁ, 

କୁମାରମାନଙ୍କ   ମନରେ ଉମଙ୍ଗ 

   ବାଗୁଡ଼ି ଖେଳନ୍ତି ଯାଇ । 


ସଭିଙ୍କ ମନରେ  ଆନନ୍ଦ ଉଲ୍ଲାସ 

   ରଜ ପର୍ବ ଭରିି ଦିଏ, 

ପିଲା ବୁଢା ବୁଢୀ   ସଭିିିଏଁ ରଜରେ 

   ମଉଜ ନ କରେ କିଏ । 


ଆସଲୋ ବଉଳ   ଆସଲୋ ମକର

   ମନୁ ପୋଛି ଆବିଳତା, 

ଦୋଳିପରେ ବସି   ଝୁଲି ଝୁଲାଇବା 

   ଗାଇ ରଜ ଗୀତ ବାର୍ତ୍ତା । 


ରଜ ଦୋଳି ଆମ   କଟ କଟ କରେ

   ମଉଜେ କରେ ଆକଟ, 

ସତର୍କ ରହିବା   ଜୀବନ ପଥରେ 

   ଆସିବ ଯେବେ ଶଙ୍କଟ । 


ଆଜିର ପରବ   କାଲିକି ନ ଥିବ

   ହସି ହସାଇବା ଆଜି, 

ରଜର ମଉଜ   ରଜ ପାନ ଖିଲ

   ନାଲି ଓଠେ ଯିବ ହଜି । 


Rate this content
Log in

Similar oriya poem from Romance