STORYMIRROR

Manas Ranjan Nayak

Romance Classics Inspirational

4  

Manas Ranjan Nayak

Romance Classics Inspirational

ପାଶୋରା ପୀରତି

ପାଶୋରା ପୀରତି

1 min
336

କଟିଲା କୈଶୋରରୁ ଯୌବନ, ଜୀବନର ଇନ୍ଦ୍ରଧନୁ ଦେଇ

ବିତିଲା ଅବଧି, ନିଅଣ୍ଟିଆ ପାରିଲାପଣର ପରିତାପ ନେଇ

ଭାଗକ ଭାଗ୍ୟ ଭବିତବ୍ୟ ସହ ମିଶାଇଲି ସ୍ବଧର୍ମ ସହମତି

ବଦଳେ ସକାଳ ଏବେ ଅତୀତ ସେ ଅସ୍ପଷ୍ଟ ମଧୁର ଅନୁଭୂତି । 


ବିଦ୍ଯାଳୟ କ୍ରୀଡା ଅବକାଶରେ ବାନ୍ଧବୀଟିଏ'ର ମିଠା ଚାହାଣି

ମନ କଳାପଟାରେ ଲେଖି ଲିଭାଉଥିଲି କିଛି ଅକୁହା କାହାଣୀ ନ ମାଗି ବି ମିଳୁଥିଲା.....ଭାଗେକରୁ ବେଶୀ ପାଚିଲା- ବଉଳକୋଳି

ଜିତିଥିବା ବାଜି ହାରି, ଝୁଲାଉଥିଲା ସେ ମୋତେ ତା' ଗାଁ ରଜଦୋଳି। 


ମେଳାପି ନ ହେବା ବୋଧେ ଥିଲା, ମେଧାବୀ ଛାତ୍ରର ପଞ୍ଚମ ଲକ୍ଷଣ

ସଂକୋଚର ପରଦା ତଳେ, ଜିଉଁଥିଲି ଉଚ୍ଚାଟ ଆବେଗର କ୍ଷଣ 

ଖାତା ନେବା ବାହାନାରେ ପ୍ରଚେଷ୍ଟା ତା'ର ମୋତେ ଜିଣିବାରେ ପ୍ରଚ୍ଛନ୍ନ

ଥରୁଥାଏ ଛାତି....ବଢୁଥାଏ ନିଶ୍ବାସର ତାତି, ପ୍ରଳୟ ଆସନ୍ନ ! 


ଅବୁଝା ସମ୍ପର୍କର ମହକ ନେଇ ଫୁଟୁଥିଲା ପ୍ରେମ ପ୍ରୀତି ଫୁଲ

ଜୀବନ ଜୀବିକାର ଲକ୍ଷ୍ମଣରେଖା ଟାଣି ମାପୁଥିଲି କଞ୍ଚା ମୂଲ

ନିଦ ସହ ସପନ ବି ଥିଲା, ପୁଣି କେତେ ଉଲ୍ଲସିତ ସମ୍ମୋହନ ଆସକ୍ତି ଅବା ଆବିଳତା ଡରେ ବାଛୁଥିଲି ସହଜ ମୂଲ୍ଯାଙ୍କନ ।


ସମ୍ପର୍କର ମଜଭୁତ୍ ମଞ୍ଚା ଉପରେ ମାଡିଗଲା ଆୟୁଷ ଲତା

ସପନର ଫୁଲଫଳ ଅଭୀପ୍ସାରେ ସଜାଡିଲି କେତେ ବାଡ ବତା 

ଅଳିଏ ଅୟାସୀ ପାଇଁ ଆଖିବୁଜିଲେ ହାତପାହାନ୍ତାର ଆବେଗ 

ଶିହରଣ ଉଠେ ସ୍ମୃତି ତର୍ପଣରେ ଅଭୁଲା ସେ ପୀରତି ସୁହାଗ । 


ଉତୁରିଛି ଆୟୁଷ, ଗାଢ ବି ହୋଇଛି ଜୀବନ ପୀୟୂଷର ଉନ୍ମେଷ

 ଭାରାକ୍ରାନ୍ତ ପଥିକର ହାର୍ ଜିତ୍ ଖେଳରେ, ଅତିକ୍ରାନ୍ତ ବୟସ

ଦଲକାଏ ଚଇତି ମଳୟରେ ଅତୀତର ପୃଷ୍ଠା ଆଜି ବିକ୍ଷିପ୍ତ

ପାଶୋରା ପୀରତି, ସ୍ମୃତି ସଳିତାରେ ଅଖଣ୍ଡ ଦୀପ ପରି ବିଦୀପ୍ତ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance