STORYMIRROR

Bhagabat Sahoo

Romance Others

4  

Bhagabat Sahoo

Romance Others

ଶରତ ରାତିର ସାଥି

ଶରତ ରାତିର ସାଥି

1 min
239


ଶରତ ଆକାଶେ ମେଘ ବୁଲେ ଭାସି

          ଜହ୍ନ ଯାଏ ଘୁଞ୍ଚି ଘୁଞ୍ଚି

ଚାଲିତ ଗଲାଣି ଆମେଇସା ରାତି

          ଚଳେ ପ୍ରତିପଦ ତିଥି !!


ଘଡି ମାରି ନିତି ଜହ୍ନ ତ ଆସୁଛି

          ବଢ଼େଇ ତାହାର ସ୍ଥିତି

ଗାଁ ପୋଖରୀ ରେ ଫୁଟେ ନୀଳ କଇଁ

          ଆକାଶେ ଚନ୍ଦ୍ର ଙ୍କୁ ଦେଖି !!


ଜୋଛନା ରୂପରେ ପ୍ରୀତି ରେଣୁ ବିଞ୍ଚେ

            ଜହ୍ନ ମାମୁ ହସି ହସି

ରତିବିନ୍ଦୁ ସମ କାକର ର ଟୋପା

           ତଳ କୁ ପଡ଼ଇ ଖସି !!


ମଜା କରିବାକୁ ଭସା ବାଦଲ ଟା

         ଜହ୍ନ ଙ୍କୁ ଦେଲା ସେ ଢାଙ୍କି

ପ୍ରେମରେ ବିଭୋରେ କଇଁ ବିଳପିଲା

          ଗଗନେ ନଦେଖି ଶଶୀ !!


ମୃଦୁମଳୟରେ ହଲି ଖୋଜୁ ଥିଲା

          କାହିଁ ଗଲେ ପ୍ରିୟ ସାଥି

ପ୍ରିୟଙ୍କୁ ହଜେଇ କେମିତି କାଟିବ

           ଆଜିଏ ମଧୁର ରାତି !!


ପାହାନ୍ତି ତାରା ଟା ସୂଚେଇ ଦେଲାଣି

           ରାତିତ ଅଳପ ବାକି

ପ୍ରଣୟ ବିଧୁରା ନାୟିକା ହୋଇସେ

        ମନେ ମନେ ହେଲା ଦୁଃଖି !!


କଇଁ ମନଜାଣି ଚଗଲା ବାଦଲ

           ଦୁରକୁ ଗଲା ସେ ହଟି

ବାନ୍ଧବ କୁ ଦେଖି ବାନ୍ଧବୀ ର ମନ

          ଆନନ୍ଦେ ଉଠିଲା ନାଚି !!


ପାହି ଯାଇଥିଲା ସେ ସୁଖ ରଜନୀ

          ବିଦାୟ ନେଲେଣି ଶଶୀ

ଶରତ ରାତିର ସାଥି କୁ ଦୂରେଇ

          ନୀରୀମାଖି କଇଁ ଦୁଃଖି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance