STORYMIRROR

Bibhutibhusan Majhi

Romance Inspirational

4  

Bibhutibhusan Majhi

Romance Inspirational

ସହଗାମିନୀ

ସହଗାମିନୀ

1 min
329

ବିବାହ ବନ୍ଧନ   ସରଗର ଦେଣ

    କହନ୍ତି ଜଗତ ଜନେ

ପ୍ରେମ ଅନୁରାଗ  ସରାଗେ ସରଗ

   ତୋଳିଲ ମୋର ଜୀବନେ ।୧।


ଦୁଃଖରେ ହସିଲ  ସୁଖରେ ହସିଲ

    ହସର ଜୁଆର ତଳେ

ମନର ବେଦନା  ସଂସାର ଯାତନା

    ପାସୋରିଲ ଅବହେଳେ ।୨।


ସୁନ୍ଦର ଏ ଭବେ  ଅଭାବେ ସ୍ୱଭାବେ

    ଜୀବନର ଉପବନ

ଭରୁଅଛ ହେଳେ  ଜ୍ଞାତି ବନ୍ଧୁ ମେଳେ

    ସ୍ନେହ ପ୍ରେମର ସୁମନ ।୩।


ଜୀବନ ସଂଗ୍ରାମେ ଯେବେ ମତି ଭ୍ରମେ

     ଘେରିଯାଏ ଅନ୍ଧକାର

ସରଳ ଚାହାଣି  ମୃଦୁ ମଧୁ ବାଣୀ

     ଆଭା କର ଉଜାଗର ।୪।


ବିଶ୍ୱାସ ଭକତି    ଜ୍ଞାନଭରା ମତି

     ସଂଚାରଇ ମଧୁ ପ୍ରେମ

ତୁମେ ଥିଲେ ସାଥେ  ପ୍ରେମଭରା ରଥେ

      ନିରେଖଇ ପରଂବ୍ରହ୍ମ ।୫।


କୁହ କେଉଁ ମାର୍ଗେ ଗମିବା ଆବେଗେ

ପହଁଞ୍ଚିବା ବଡଦାଣ୍ଡ

ବେନି ଭୁଜ ଟେକି  ମଣିମାଙ୍କୁ ଡାକି

       ପାସୋରିବା ଭବଦଣ୍ଡ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance