STORYMIRROR

Kabiratna Nutan Kumar Behera

Romance Inspirational

4  

Kabiratna Nutan Kumar Behera

Romance Inspirational

ଏମିତି ତ ଆଙ୍କି ହୋଇଯାଏ ତୁମ ଛବି

ଏମିତି ତ ଆଙ୍କି ହୋଇଯାଏ ତୁମ ଛବି

1 min
317

   

ବିନା କାଗଜ ତୂଳୀ ରଙ୍ଗରେ

ଏମିତି ତ ଆଙ୍କି ହୋଇଯାଏ ତୁମ ଛବି

କେତେ ନୂଆ ନୂଆ ସେ ଯାଦୁକରୀ ରୂପ

ଯା'ର ଶେଷ ହୁଏନା ଯେତେ ଭାବି

ମନର ଆକାଶେ ଝଲସି ଉଠେ ଇନ୍ଦ୍ରଧନୁ 

ମନ ଟାଣି ନିଏ ତା' ସାତ ରଙ୍ଗେ

ଆଖି ଆଗେ ନାଚେ ସତେଜ ସ୍ମୃତି ସବୁ 

ବିତି ଯାଇଥିବା ମୁହୂର୍ତ୍ତ ଗୁଡିକ ତୁମ ସଙ୍ଗେ

ଭଲ ପାଇବାର ରଙ୍ଗଟା ଏତେ ଗାଢ଼

ଯେତିକି ପୁରୁଣା ହୁଏ ଯେତିକି ଚହଟେ 

ଶୁଣେ ତୁମ ପାଉଁଜିର ମୃଦୁ ମଧୁର ଧ୍ଵନି

ତୁମ ସଂଗୀତମୟ କଥାର ଗୁଞ୍ଜନ 

ଲାଗେ ତୁମେ ଅଛ ଯେମିତି ମୋ ନିକଟେ 

ଏମିତି ତ ଆଙ୍କି ହୋଇଯାଏ ତୁମ ଛବି

କେବେ ତୁମେ ଦୂରେଇ ଗଲେ ସାମୟିକ

ଭାବନାରୁ ଧାଡ଼ି ବାନ୍ଧି ବାହାରି ଆସନ୍ତି

ଅନୁଭବରେ ଦଗ୍ଧିଭୁତ ହେଉଥିବା କିଛି ଶବ୍ଦ

ସେ ସବୁ ଯୋଡ଼ି ଲେଖି ଦେଲେ

ହୋଇଯାଏ କବିତା ମୁଁ ପାଲଟେ କବି

ପ୍ରେମର ପରିଭାଷା ପ୍ରେମୀ ମନର ଆଶା

କେବଳ ଅଟଳ ବିଶ୍ବାସ ଆଉ ଭରସା

ଆମ ଭଲ ପାଇବା ତ ଅଛି ହୃଦୟ ଭିତରେ

ଋତୁ ବଦଳି ଆସିଲେ ଆଷାଢ଼

ମୌସୁମୀର ପ୍ରଭାବରେ ହୁଏ ପ୍ରୀତି ବରଷା 

କଦମ୍ବ ଫୁଟି ମହମହ ଉଠେ ମହକି

ମନଟା ପାରେନା ଫାଟକ ଭିତରେ ଅଟକି

ମିଳନର ମଧୁର ରାଗ ତୋଳି 

ହୃଦୟରେ ବାଜେ ପ୍ରେମର ବଇଁଶୀ

ଯେତେ ଦୂରେ ଥିଲେ ତୁମେ ପାଖକୁ ଆସି

ଛମ୍ ଛମ୍ ନାଚି ଯାଅ ହୁଅ ଭାରି ଖୁସି

କଳ୍ପନା ସବୁ ବାସ୍ତବ ରୂପ ନିଅନ୍ତି

ମୁଁ ସ୍ତବ୍ଧ ହୁଏ ମୁଗ୍ଧ ହୁଏ ପାରେନା ଆଉ ଭାବି 

ଏମିତି ତ ଆଙ୍କି ହୋଇଯାଏ ତୁମ ଛବି।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance