STORYMIRROR

Rina Sethy

Abstract Romance

4  

Rina Sethy

Abstract Romance

ଶୀର୍ଷକ-ବର୍ଷା

ଶୀର୍ଷକ-ବର୍ଷା

1 min
350


ବର୍ଷା ତୁମେ ଆକାଶ ରାଇଜର 

  ମାଧୁର୍ଯତା ପରୀଟିଏ 

ବର୍ଷା ତୁମେ କଳା ଚାଦର ପିନ୍ଧା 

   ସୌନ୍ଦର୍ଯ୍ୟତା ମେଘଟିଏ ।।

ବର୍ଷା ତୁମେ ମେଘ ଉହାଡରୁ ଝାପ୍ସା 

   ଉଜ୍ୱଳତା କିରଣଟେ

ବର୍ଷା ତୁମେ ପୃଥିବୀ ପୃଷ୍ଠରେ ଭରା

  ସୁନ୍ଦରତା ଜୋଛନାଟେ ।।

ବର୍ଷା ତୁମେ ନୀଳ ବର୍ଣ୍ଣ ପରିଧାନ 

   ସବୁଜିମା ରାଣୀଟିଏ 

ବର୍ଷା ତୁମେ ଓହ୍ଲାଇ ଆସ ଧରିତ୍ରୀରେ 

  ଲାଲ ସାଧବ ବୋହୂଟିଏ ||

ବର୍ଷା ତୁମେ ଆକାଶରେ ଆଣିଦିଅ 

   ଚମତ୍କାର ଇନ୍ଦ୍ରଧନୁଟିଏ 

ବର୍ଷା ତୁମେ ଅଜାଡି ଦେଇଥାଅ 

  ଫୁଲର ସମ୍ଭାର ଟିଏ ||

ବର୍ଷା ତୁମେ ମୟୂରୀର ଶୃଙ୍ଗାର 

  ରସର ନାୟିକାଟେ

ବର୍ଷା ତୁମେ ଛତ୍ରପରି ଢାଙ୍କିଥାଅ 

  ଛତୁର ପସରାଟେ ||

ବର୍ଷା ତୁମେ ଧାରଣ କରିଥାଅ 

  ଅପୂର୍ବ ଶ୍ରୀରୂପଟିଏ 

ବର୍ଷା ତୁମେ ନିଝୁମ୍ ରାତ୍ରିର 

  ପ୍ରୀତିଭରା ସାଥୀଟିଏ ||

ବର୍ଷା ତୁମେ ନିଶାଚର ରାଜ୍ୟେ ଏକା 

   ଖଦ୍ୟୋତ କୀଟଟିଏ 

ବର୍ଷା ତୁମେ ଦୁର୍ବାଦଳ ମଣ୍ଡିତ 

   ଅପ୍ସରୀ ପ୍ରିୟାଟିଏ ||

ବର୍ଷା ତୁମେ ପତ୍ର ସମ୍ଭାରେ ଭୂଷିତ 

   ସତେ ନୀଳ ପରୀଟିଏ 

ବର୍ଷା ତୁମେ ଜଳରେ ପରିବେଷ୍ଟିତ 

  ପରିପୂର୍ଣ୍ଣ କଳସି ଟିଏ ||

ବର୍ଷା ତୁମେ ଅଟ ବିଦଗ୍ଧପ୍ରାଣର 

  ହରିତ୍ ତୃଷ୍ଣାଟିଏ 

ବର୍ଷା ତୁମେ ଡଙ୍ଗାଘାଟେ ନାଉରୀର

  ସାଥି ଏକା ତରଣୀଟିଏ ||

ବର୍ଷା ତୁମେ ଦେଇଥାଅ ପର୍ବ ପର୍ବାଣୀର 

  ପ୍ରୀତିଭରା ଭେଟିଟିଏ 

ବର୍ଷା ତୁମେ କ୍ଷେତ ମୂଲକର 

   ପାଳଭୂତ ମଣିଷଟିଏ ||

ବର୍ଷା ତୁମେ ଆଣିଦିଅ ଆକୁଳ ଅନ୍ତରେ

   ନୂତନତା ସ୍ଵପ୍ନଟିଏ 

ବର୍ଷା ତୁମେ ସମୀରଣ ଲହରୀରେ 

  ଦୋଳାୟମାନ ଖଗଟିଏ ||

ବର୍ଷା ତୁମେ ବିଚ୍ଛୁରିତ ମନ୍ଦମଳୟ 

 ସୁଗନ୍ଧ ବାସ୍ନାଟିଏ 

ବର୍ଷା ତୁମେ ଅପରୁପା ଅନନ୍ୟା 

  ଅଳସୀ ରୂପସୀଟିଏ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract