ସେଇ ବର୍ଷା ରାତି
ସେଇ ବର୍ଷା ରାତି
ବର୍ଷା ହେଲେ
ମନେ ପଡେ ସେଇ ବର୍ଷା ରାତି
ପ୍ରଥମ କବିତା ଆଉ ପ୍ରେମିକାର ତାତି
ଲେଖନୀରୁ ଝରିଥିଲା ପ୍ରେମର କବିତା
ଲେଖିବାକୁ ହେଲା ପ୍ରେମର କବିତା
ପ୍ରେମର କବିତା ସହ ହୃଦୟର କଥା
ହୃଦୟ ଭିତରେ ପ୍ରେମିକା
ପ୍ରେମିକା ସହମତିରେ ଲେଖିଲି କବିତା
କବିତାର ମାନ ଯାହା ବି ଥିଲା
ପ୍ରେମିକା ହିଁ ଥିଲା,କବିତାର ପ୍ରକୃତ ନାୟିକା।
ବର୍ଷାର ଲୁଚକାଳି ଖେଳ
ସେଇ ସମୟରେ ହିଁ ପ୍ରଥମ ଦେଖା
ପ୍ରଥମ ଦେଖାରେ ଅଳପ ହସରେ
ଅଳପ ହସ ଆଉ ବାଙ୍କ ଚାହାଣୀରେ
ବାଙ୍କ ଚାହାଣୀରେ ମତୁଆଲା ମନ
ମନ କଥା କହିବା କହିବା ଆଗରୁ
ତା' ର ଚାଲି,ହସ,କଥା
ଅଙ୍ଗଭଙ୍ଗୀ ,ଠାଣି,ନୟନ ଭୃଲତା
ମତୁଆଲା ମନକୁ ଛୁଇଁ ଥିଲା ପ୍ରେମର ବାରତା
ପ୍ରେମର ବାରତା କବିତା ରୂପରେ
ପ୍ରେମିକା ହିଁ କବିତାର ଅସଲି ନାୟିକା ।
ସ୍ୱ ଅନୁଭୂତିର ପ୍ରଣୟ ଲହରୀ
ତରଙ୍ଗାୟିତ ଲେଖନୀ ମୁନରେ
ଭାସି ଗଲା ଫର୍ଦ୍ଦ ପରେ ଫର୍ଦ୍ଦ
ସ୍ଵତନ୍ତ୍ର ନିଆରା ସେ ପ୍ରେମର କବିତା
କାଳ୍ପନିକ ନୁହେଁ ହୃଦୟର ଗାଥା
ପ୍ରେମିକା ରୁ କବିତାର ଅସଲି ନାୟିକା।
ଭୋକିଲା ନୟନ ଆଉ ଉଦାସିଆ ଠାଣି
ଥିରିଥିରି ଚାଲି ସହ ଲାଜୁଆ ଚାହାଣି
ଗୋଲାପୀ ଅଧର ପରେ ହସର ଲହରୀ
ଚାଲିରେ ଫୁଟୁ ଥିଲା ଛନ୍ଦ
ଛନ୍ଦେ ଛନ୍ଦେ ଛନ୍ଦିବାକୁ ମିଳିଲା ଇଶାରା
ପ୍ରେମିକା ରୁ ନାୟିକା ,ପ୍ରେମ କବିତାର।
ପ୍ରେମିକାର କଥା ହୃଦୟ ଭିତରେ
ଅକୁହା କଥା ସବୁ କବିତା ରୂପରେ
ଲେଖି ଦେଲେ ପ୍ରେମିକାର କଥା
ହାଲୁକା ହାଲୁକା ଲାଗେ ବ୍ୟସ୍ତ ଓ ବ୍ୟସ୍ତତା
କାଳ୍ପନିକ ନୁହେଁ, ଅଙ୍ଗେନିଭା କଥା
ପ୍ରେମିକା ଏବେ ନାୟିକା,ପ୍ରେମ କବିତାର।
ପ୍ରେମର ପ୍ରକୃତ ସଂଜ୍ଞା କହିଛି ପ୍ରେମିକା
ପ୍ରେମର ତାପ୍ତର୍ଯ୍ୟ ପ୍ରେମିକାର ବାହୁ-ବନ୍ଧନ ରେ
ପ୍ରେମିକା କହୁଛି କଥା,କବିତା ଆକାରେ
ପ୍ରେମିକା ହିଁ କବିତାର ପଥ ପ୍ରଦର୍ଶକ
ସେ ହିଁ ପ୍ରେମିକା,ନାୟିକା ମୋ କବିତା ପୃଷ୍ଠାରେ!
ସେଇ ବର୍ଷା ରାତି
ଅଭୁଲା ସେ ସ୍ମୃତି
ପ୍ରଥମ ପ୍ରେମ କବିତା,ନୂଆ ଅନୁଭୂତି
କବିତା ନୁହେଁ ସେ, ପ୍ରେମିକାର ତାତି
ପ୍ରେମିକାର କଥା,କବିତା ରୂପରେ
ମୂକ ସାକ୍ଷୀ ସେଇ ବର୍ଷା ରାତି।

