STORYMIRROR

Bidyadhar Mantry

Romance

4  

Bidyadhar Mantry

Romance

ସେଇ ବର୍ଷା ରାତି

ସେଇ ବର୍ଷା ରାତି

1 min
364


ବର୍ଷା ହେଲେ

ମନେ ପଡେ ସେଇ ବର୍ଷା ରାତି

ପ୍ରଥମ କବିତା ଆଉ ପ୍ରେମିକାର ତାତି

ଲେଖନୀରୁ ଝରିଥିଲା ପ୍ରେମର କବିତା

ଲେଖିବାକୁ ହେଲା ପ୍ରେମର କବିତା

ପ୍ରେମର କବିତା ସହ ହୃଦୟର କଥା

ହୃଦୟ ଭିତରେ ପ୍ରେମିକା

ପ୍ରେମିକା ସହମତିରେ ଲେଖିଲି କବିତା

କବିତାର ମାନ ଯାହା ବି ଥିଲା

ପ୍ରେମିକା ହିଁ ଥିଲା,କବିତାର ପ୍ରକୃତ ନାୟିକା।


ବର୍ଷାର ଲୁଚକାଳି ଖେଳ

ସେଇ ସମୟରେ ହିଁ ପ୍ରଥମ ଦେଖା

ପ୍ରଥମ ଦେଖାରେ ଅଳପ ହସରେ

ଅଳପ ହସ ଆଉ ବାଙ୍କ ଚାହାଣୀରେ

ବାଙ୍କ ଚାହାଣୀରେ ମତୁଆଲା ମନ

ମନ କଥା କହିବା କହିବା ଆଗରୁ

ତା' ର ଚାଲି,ହସ,କଥା 

ଅଙ୍ଗଭଙ୍ଗୀ ,ଠାଣି,ନୟନ ଭୃଲତା

ମତୁଆଲା ମନକୁ ଛୁଇଁ ଥିଲା ପ୍ରେମର ବାରତା

ପ୍ରେମର ବାରତା କବିତା ରୂପରେ

ପ୍ରେମିକା ହିଁ କବିତାର ଅସଲି ନାୟିକା ।


ସ୍ୱ ଅନୁଭୂତିର ପ୍ରଣୟ ଲହରୀ

ତରଙ୍ଗାୟିତ ଲେଖନୀ ମୁନରେ

ଭାସି ଗଲା ଫର୍ଦ୍ଦ ପରେ ଫର୍ଦ୍ଦ

ସ୍ଵତନ୍ତ୍ର ନିଆରା ସେ ପ୍ରେମର କବିତା

କାଳ୍ପନିକ ନୁହେଁ ହୃଦୟର ଗାଥା 

ପ୍ରେମିକା ରୁ କବିତାର ଅସଲି ନାୟିକା।


ଭୋକିଲା ନୟନ ଆଉ ଉଦାସିଆ ଠାଣି

ଥିରିଥିରି ଚାଲି ସହ ଲାଜୁଆ ଚାହାଣି

ଗୋଲାପୀ ଅଧର ପରେ ହସର ଲହରୀ

ଚାଲିରେ ଫୁଟୁ ଥିଲା ଛନ୍ଦ

ଛନ୍ଦେ ଛନ୍ଦେ ଛନ୍ଦିବାକୁ ମିଳିଲା ଇଶାରା

ପ୍ରେମିକା ରୁ ନାୟିକା ,ପ୍ରେମ କବିତାର।


ପ୍ରେମିକାର କଥା ହୃଦୟ ଭିତରେ

ଅକୁହା କଥା ସବୁ କବିତା ରୂପରେ

ଲେଖି ଦେଲେ ପ୍ରେମିକାର କଥା

ହାଲୁକା ହାଲୁକା ଲାଗେ ବ୍ୟସ୍ତ ଓ ବ୍ୟସ୍ତତା

କାଳ୍ପନିକ ନୁହେଁ, ଅଙ୍ଗେନିଭା କଥା

ପ୍ରେମିକା ଏବେ ନାୟିକା,ପ୍ରେମ କବିତାର।


ପ୍ରେମର ପ୍ରକୃତ ସଂଜ୍ଞା କହିଛି ପ୍ରେମିକା

ପ୍ରେମର ତାପ୍ତର୍ଯ୍ୟ ପ୍ରେମିକାର ବାହୁ-ବନ୍ଧନ ରେ

ପ୍ରେମିକା କହୁଛି କଥା,କବିତା ଆକାରେ

ପ୍ରେମିକା ହିଁ କବିତାର ପଥ ପ୍ରଦର୍ଶକ

ସେ ହିଁ ପ୍ରେମିକା,ନାୟିକା ମୋ କବିତା ପୃଷ୍ଠାରେ!


ସେଇ ବର୍ଷା ରାତି

ଅଭୁଲା ସେ ସ୍ମୃତି

ପ୍ରଥମ ପ୍ରେମ କବିତା,ନୂଆ ଅନୁଭୂତି

କବିତା ନୁହେଁ ସେ, ପ୍ରେମିକାର ତାତି

ପ୍ରେମିକାର କଥା,କବିତା ରୂପରେ

ମୂକ ସାକ୍ଷୀ ସେଇ ବର୍ଷା ରାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance