STORYMIRROR

Soubhagini Parida

Romance

4  

Soubhagini Parida

Romance

ପ୍ରତୀକ୍ଷା ର ଋତୁ

ପ୍ରତୀକ୍ଷା ର ଋତୁ

1 min
406


କେବେ ଫେରିବ ତୁମେ ?

ସାଥିରେ ଆଣିବ

ମେଞ୍ଚେ ବସନ୍ତ ର କୁହୁ 

ଆମ୍ବ ବଉଳ ର ବାସ୍ନା 

କହିବନି ଆସୁ ଆସୁ ଡେରିହେଲା

ପ୍ରିୟତମା ! ଋତୁ ଫେରିଗଲା I 

ଆସିବା ବେଳେ ଆଣିବା ମୋ ପାଇଁ 

ମୁଠାଏ ନିଶ୍ୱାସ ,ବିଂଦୁଏ ଜୀବନ 

ମୋ ପାଇଁ ସବୁ ଋତୁ ପ୍ରତୀକ୍ଷା ର ଋତୁ 

ଦୀର୍ଘ ଦିନ, ମାସ ଆଉ ବର୍ଷ I 

ମୋ ପାଇଁ ଆଣିବ

ଫିକ୍କିନା ହସି ଦେବା ଭଳି 

କଥା ପଦେ, ଚାହାଣୀ ଟେ 

ତରଲାଇ ଦେଲା ପରି 

ପ୍ରତିଜ୍ଞା ର ସବୁ ବନ୍ଧ ବାଡ଼

ଟିପା ଆଗରେ ଛୁଇଁବାର 

ଟିକେ ଶିହରଣ 

ବତୁରିଗଲେ ମୁଁ ଲଜ୍ଜା ରେ 

ପଚାରିବନି ,ଏତେ ପାଟଳିମା 

ମୋ ମୁହଁ ରେ କେଉଁଠୁ ଆସିଲା

ତମର ଅନୁପସ୍ଥିତି ସତେ କଣ 

ସାଧା ସିଧା ଝିଅ ଟା କୁ କବି କରିଦେଲା ?

ଆଉ କିଛି ଆଣ ବା ନ ଆଣ

ଫେରିବା ବେଳେ ଆଣିବ

ପୁରୁଣା ଦିନ ର ମଧୁର ଦୁଷ୍ଟାମୀ 

ଆଉ ନିର୍ଭର ପ୍ରତିଶ୍ରୁତି ଟିଏ 

ତମାମ ଜୀବନ ମୋ ଆଖିରେ 

ଗଭୀର ନୀଳ ସମୁଦ୍ର ରେ 

ମୁକ୍ତା ଖୋଜିବାର I 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance