ପ୍ରତୀକ୍ଷା ର ଋତୁ
ପ୍ରତୀକ୍ଷା ର ଋତୁ
କେବେ ଫେରିବ ତୁମେ ?
ସାଥିରେ ଆଣିବ
ମେଞ୍ଚେ ବସନ୍ତ ର କୁହୁ
ଆମ୍ବ ବଉଳ ର ବାସ୍ନା
କହିବନି ଆସୁ ଆସୁ ଡେରିହେଲା
ପ୍ରିୟତମା ! ଋତୁ ଫେରିଗଲା I
ଆସିବା ବେଳେ ଆଣିବ ମୋ ପାଇଁ
ମୁଠାଏ ନିଶ୍ୱାସ ,ବିଂଦୁଏ ଜୀବନ
ମୋ ପାଇଁ ସବୁ ଋତୁ ପ୍ରତୀକ୍ଷା ର ଋତୁ
ଦୀର୍ଘ ଦିନ, ମାସ ଆଉ ବର୍ଷ I
ମୋ ପାଇଁ ଆଣିବ
ଫିକ୍ କିନା ହସି ଦେବା ଭଳି
କଥା ପଦେ, ଚାହାଣୀ ଟେ
ତରଳାଇ ଦେଲା ପରି
ପ୍ରତିଜ୍ଞା ର ସବୁ ବନ୍ଧ ବାଡ଼
ଟିପ ଅଗରେ ଛୁଇଁବାର
ଟିକେ ଶିହରଣ
ବତୁରିଗଲେ ମୁଁ ଲଜ୍ଜା ରେ
ପଚାରିବନି ,ଏତେ ପାଟଳିମା
ମୋ ମୁହଁ ରେ କେଉଁଠୁ ଆସିଲା
ତମର ଅନୁପସ୍ଥିତି ସତେ କଣ
ସାଧା ସିଧା ଝିଅ ଟା କୁ କବି କରିଦେଲା ?
ଆଉ କିଛି ଆଣ ବା ନ ଆଣ
ଫେରିବା ବେଳେ ଆଣିବ
ପୁରୁଣା ଦିନ ର ମଧୁର ଦୁଷ୍ଟାମୀ
ଆଉ ନିର୍ଭର ପ୍ରତିଶ୍ରୁତି ଟିଏ
ତମାମ ଜୀବନ ମୋ ଆଖିର
ଗଭୀର ନୀଳ ସମୁଦ୍ର ରେ
ମୁକ୍ତା ଖୋଜିବାର I