Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soubhagini Parida

Romance

4.5  

Soubhagini Parida

Romance

ଶେଷମେଘ

ଶେଷମେଘ

1 min
262


ମେଘଋତୁ ଆସିଥିଲା ପୁଣି ଫେରି ଯାଉଛି ଆଦ୍ୟ ଶରତ ର ଆଗମନୀ ରେ ଶେଷମେଘ ବିଦାୟବେଳା ରେ କହିଯାଉଛି ତା ହୃଦୟ ର କଥା |

  

ମର୍ତ୍ତ୍ୟ ରୁ ପାଇଲି ପ୍ରେମିକ ର ଚିଠି ମୁଗ୍ଧ ମଳୟ ର ହାତେ

ରହିପାରିବିକି ବିଶ୍ୱପ୍ରେମିକା ମୁଁ ମଧୁପୁରୀ ମୋର ଦେଶେ

ମୋହିନୀରାଜ୍ୟ ରୁ ଓ଼ଲ୍ହାଇ ଆସିଲି ମଞ୍ଜୁଳ ମୁଁ ମଞ୍ଜରିତେ

ଆଞ୍ଜୁଳିପାତି ତୋଳିନିଅ ମୋତେ ମକରନ୍ଦ ମଧୁକୋଷେ


ମୃଦୁମଦ|ଳସା ମାଧବୀମାଳିକା ମଘବତୀ ମେଘକନ୍ୟା

ମଲ୍ହାରତୋଳେ ଆକାଶ ର ବକ୍ଷେ ପ୍ରେମେ ହେଲି ଆନମନା

ମୋହିତମନ୍ମୟ ନୀଳଭାସ୍କର୍ଯ୍ୟ ରେ କରିବାକୁ ସତେ ଧନ୍ୟା

ମଗ୍ନ ମୁଁ ଆଜି ମାଟିରମହକେ ନୃତ୍ୟ ମୋ ଛନ୍ଦହୀନ|  |


ମୌନ ଅଭିସାରେ ଆସିଥିଲି ମୁହିଁ ତେବେବି ଉନ୍ମତ୍ତା ପଥେ

ସାତସମୁଦ୍ର ଓ ତେରନଈଜଳ ବାହି ଇନ୍ଦ୍ରଧନୁ ର ରଥେ

ମଞ୍ଜିରମାଣିକ୍ୟ ମେଘାସିନୀଶିଖେ ହଜାଇଦେଇଛି ପଥେ 

ଫେରିଚାହେଁ ନାହିଁ ସ୍ମୃତି ର ସନ୍ତକ ରହିଥାଉ ତୁମସାଥେ |


ମୁକ୍ତି ର ମୁହୂର୍ତ୍ତ ମୁକୁଳିତମନେ ମୌସୁମୀ ର ହାତଧରି

ବିଶ୍ୱପ୍ରେମିକା ମୁଁ ପ୍ରେମରେ ନିଃସ୍ବ ଯାଉଛି ଯାଉଛି ଫେରି | 


Rate this content
Log in

Similar oriya poem from Romance