ଅନ୍ତିମ ଯାତ୍ରା
ଅନ୍ତିମ ଯାତ୍ରା
ଯେ ଦେହେ କୌମୁଦୀ ର କୋମଳତା ଓ କୁମୁଦର କୋମଳ ଚୁମ୍ବନ
ରୁଦ୍ର ତାର ଶେଷ ସ୍ତବ ଗାଏ ଅଗ୍ନିବୀଣା ତାରେ, ଆଗ୍ନେୟଝଙ୍କାରେ
ସପ୍ତଲୋକ ସାନିଧ୍ୟରେ ମୁଗ୍ଧ ସ୍ନିଗ୍ଧ ତାରକିତ ତମାକାଶ ମୌନ
ମୋ ଆକାଶ ବିଖଣ୍ଡିତହେଉଥାଏ ଅଶ୍ବସ୍ତି ର ମେଘ ଗର୍ଜନରେ ||
ତୁମ ତନୁତନିମା ରେ ତଲ୍ଲୀନ ମୁଁ ତମିସ୍ରା ର ତପ୍ତ ତୃଷ୍ଣାଧାର
ଅତନ୍ଦ୍ର ରଜନୀ ବିତେ ଅକ୍ଷ ତମ ଅପାଙ୍ଗ ର ମଧୁର ସ୍ମରଣେ
ନିରବଧି ଯାତ୍ରା ତବ ଚାଲେ ନିବିରୁ ନିର୍ବିକଳ୍ପ, ନାଭି ରୁ ନକ୍ଷତ୍ର
ଅଷ୍ଟମସ୍ୱର୍ଗ ର ଅନ୍ତଃହୀନ ମୋହ ତେଣୁ ମୋର ଜାଗିଉଠେ ମନେ |
ତୁମପାଦ ଯଦି ଛୁଇଁପାରେ ଗ୍ରହ ନକ୍ଷତ୍ର ଓ ନୀଳ ଛାୟାପଥ
ଆକାଶଗଙ୍ଗା ରେ ସେବେ ଛାଇଯାଏ ମରାଳ ର ନିଃସ୍ୱ ନୀରବତା
ଅନ୍ତରୀକ୍ଷେ ଖୋଲିଯାଏ ମୃଗାଙ୍କ ର ଶ୍ୱେତଶୁଭ୍ର ଦୀର୍ଘ ଜ୍ୟୋସ୍ନାପଥ
ନୈରାଶ୍ୟ ର ନିରାଜନା କରୁଥାନ୍ତି ଜ୍ୟୋତିହୀନ ନକ୍ଷତ୍ର ସଳିତା |
ମାନ୍ତ୍ରିକ ସେ ମହାକାଳ ମନ୍ତ୍ରଧ୍ୱନୀ ଉଚ୍ଚାରଣ କରିବା ଉତ୍ତାରେ
ଅଶ୍ରୁ ମୋର ଶ୍ଵେତକଇଁ ହୋଇ ଫୁଟେ ତୁମ ଅନ୍ତିମଯାତ୍ରାରେ ||