STORYMIRROR

Soubhagini Parida

Romance Others

3  

Soubhagini Parida

Romance Others

କହିବାର ଥିଲା

କହିବାର ଥିଲା

1 min
10

କହିବାର ଥିଲା ଅନେକ କଥା,

କହିଦେଲେ ପରା କଥା ସରିଯାଏ |

ତେଣୁ ସେ କଥା ସବୁ ଥାଉ ଅକୁହା ହୋଇ |ଶୁଣିବାର ଆତୁରତା ରେ ଜହ୍ନ ଉଇଁ ଆସୁ ଆକାଶ ରେ,

ସ୍ଥିର ହୋଇଯାଉ ପବନ,

ପନହେଇ ଆସୁ ଆକାଶ ର ଛାତି, ମହୁମାଛି, ପ୍ରଜାପତି ଙ୍କ ପ୍ରେମ ରେ ଲାଗୁ ବିରାମ |

 ଓମାରଖା୍ୟାମ ଙ୍କ ରୁବାୟତ ପୃଷ୍ଠାରେ

ପ୍ରଥମ ସାକ୍ଷାତ ତୁମ ସହ,

ପ୍ରେମ ହେଲା ଅଜନ୍ତା ର ପଥର ଗୁମ୍ଫା ରେ |ସେଇଠି ଆମେ ଦୁହେଁ ହଜାଇ ଆସିଲେ ଆମ ହୃଦୟ |

ହଜିଲା ହୃଦୟ ଖୋଜିବା ରେ ବିତିଗଲା ଏତେବର୍ଷ |

ଆଜି ଆଉଗୋଟେ ପାଦ ନୂଆ ପୃଥିବୀ କୁ |

କାମନା -କେଇବୁନ୍ଦା ପ୍ରେମ ରେ ଛଳ ଛଳେଇ ଯାଉ ଆମ ପୃଥିବୀ,

ଫୁଲଚୁଇଁ ର ଚଞ୍ଚୁ ରେ ଝରିପଡ଼ୁ ଅଋତୁ ର ସବୁ ବାସ୍ନା ଫୁଲ,

ହଂସ ହଂସିନୀ ଙ୍କ ତୃଷା ରେ ପାହିଯାଉ ଆଉ ଏକ ରାତି |

ଏକ ଚିତ୍ରିତ ସକାଳ କୁ ସ୍ୱାଗତ |


Rate this content
Log in

Similar oriya poem from Romance