ଅଭିସାରିକା
ଅଭିସାରିକା
ଭୂମି ଭୂମା ଭୁବଲୋକ ଭ୍ରମିଭ୍ରମି ଭ୍ରଷ୍ଟ ଭ୍ରାନ୍ତି ଭରେ
ଅବିନ୍ୟସ୍ତ ହୃଦୟ ଖୋଜେ ଅନ୍ତର ର ପରମ ପ୍ରେମିକରେ
ଜୀବନ ତ ରାସ ରଚୁଥାଏ ସୃଜନ ର ମାଂଗଲ୍ୟ ଲଗ୍ନ ରେ
ନାଗେଶ୍ୱରୀ ଶୁଣେ ପୁଣି ରହି ରହି ମୃତ୍ୟୁ ମଞ୍ଜୁଷା ରେ I
ମୁକୁଳିତ ବଲ୍ଲରୀ ର ମୁହୂର୍ମୁହୁ ମୌନ ମୂର୍ଚ୍ଛନା ରେ
ଆସ ଆସ ସଖୀବୋଲି କାହୁଁ ଶୁଭେ ବଂଶୀର ବରଣ
ମଦୀରାକ୍ଷୀ ମଦୀରାରେ ମଦମତ୍ତ ମଗ୍ନ ମନ ତାରେ
ଅନଙ୍ଗ ର ମଞ୍ଜିରରେ ଶୁଭେ ତପସ୍ବୀର ମଙ୍ଗଳା ଚରଣ I
ପଳିତ ପତ୍ର ର ମର୍ମ ରେ ଯଦି ଥାଏ ମୋକ୍ଷ ର ମୂର୍ଛିତ ମୂର୍ଚ୍ଛନା
ସହ୍ୟାଦ୍ରି ର ଶିଳା କନ୍ୟା ଲେଖି ପାରେ ପୁଷ୍ପବତୀ ହେବାର ସମ୍ବାଦ
ବାସକ ସଜ୍ଜା ର ମଧୁକୋଷେ ଅତସୀ ର ଅନନ୍ତ ଅର୍ଚନା
ଭୟ ନାହିଁ ମୃତ୍ୟୁ ଯଦି ଆସେ ନେଇ ଶିବତ୍ୱ ର ମଧୁର ଧୃପଦ
ମନ୍ବନ୍ତର ସମୟରୁ ଏ ଯାତ୍ରାରମ୍ଭ ଅସୀମ ର ଅନନ୍ନ୍ତ ଅନ୍ଵେଷା
ପରାହତ ପ୍ରେମିକା ର ପ୍ରାଣେ ଜାଗେ ମିଳନ ର ଆକୁଳ ଜିଜ୍ଞାସା i
ତାତ୍ପର୍ଯ୍ୟ; ଆତ୍ମା ପ୍ରେମିକା ସାଜି ଅଭିସାର ରଚେ ପରମ ପ୍ରେମିକ ପରମାତ୍ମା ପାଇଁ i ସେ ଅଭିସାରିକା ସାଜେ, ମିଳନ ର ସ୍ବପ୍ନ ରେ ମଗ୍ନ ହୁଏ , ମୃତ୍ୟୁ ତାକୁ ଭୟଭୀତ କରିପାରେନାହିଁ, କାରଣ ଏ ମିଳନ ର ଆକାଂକ୍ଷା ସବୁଠାରେ ଶିବତବର ଅନୁଭବ ଆଣେ I ସେଇ ଚିରନ୍ତନ ଅନନ୍ତ ଅତୃପ୍ତି ର ପରିତୃପ୍ତି ପାଇଁ ଏ ଅଭିସାର I