STORYMIRROR

Soubhagini Parida

Others

4  

Soubhagini Parida

Others

ଶରଶଯ୍ୟା

ଶରଶଯ୍ୟା

1 min
259


ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଶରଶଯ୍ୟାରେ

ତଥାପି ମୁଁ ପାଇ ନାହିଁ ଇଛାମୃତ୍ୟୁ ବର

ଦଗଧୀଭୂତ ଦେହର ଖାଣ୍ଡବବନ

ଶତଧା ମୋ ଶରୀର ଶ୍ରୀକ୍ଷେତ୍ର

ଦ୍ୟୁତକ୍ରୀଡା ରେ ମୁଁ ହାରିଥିବା ବାଜି

ସିଁଉଛି ମୋ ଆତ୍ମା ଅଭ୍ୟନ୍ତର

ଲଜ୍ୟାହୀନ ଇତିହାସ ଲେଖେ

ମୋ ପାଇଁ ସଜ୍ଜିତ ହେଲା କୁରୁକ୍ଷେତ୍ର ।


ଖଣ୍ଡଖଣ୍ଡ ଖସୁଥାଏ ମେଦ ଅସ୍ଥି

ଅସ୍ମିତା କୁ ଜାଳେ ଅହରନିଶ

ସିନ୍ଦୁର ରେ ସଜାଇଛି ଚିତା କେବେ

ତୋଳିଛି ଅଙ୍ଗାର ରେ ଘର

ମହମହ ବାସୁଥାଏ ହୃଦ ପଦ୍ମବନ

ତେବେବି ମୋ ସୁନୀଳ ଇଛା ଙ୍କ ସନ୍ୟାସବ

ନୁହେଁ ମୁଁ ମୋହିନୀ ତୁମ କାବ୍ୟ ଇତିହାସ

ମଣ୍ଡିବାକୁ ରଙ୍ଗଶାଳା ପୁର ।


ମିଥ୍ୟା ମିଥକ ରେ ବିବସ୍ତ୍ରା ମୁଁ

ଶର୍ବରୀ ହୋଇନାହିଁ ମୋ ପାଇଁ ପ୍ରଭାତ

ଟ୍ରୟ ଅବା ସ୍ଵର୍ଣ ଲଙ୍କା ରେ

ମୋ ପାଇଁ ବହିନାହିଁ ରକ୍ତ ହୋଇ ଜଳ

ଚେସବୋର୍ଡ ରେ ମୁଁ ବେଗମ ଅବା ବାନ୍ଦୀ

ହାରେମ ରେ ହାରୁଥିବା ସର୍ତ୍ତ

ମୋ ସ୍ବପ୍ନ ର ଭଗ୍ନାଂଶ ର ନୀଳବୃତ୍ତ ଚିତ୍ର

ସର୍ବଦା ବିକୃତ ବିକଳ ।


ସୃଷ୍ଟି ର ଶ୍ରେୟାର୍ଥେ ଜରାକୁ ଆଦରି

ସାରୁଥାଏ ଦୀର୍ଘ ଆୟୁଷ୍କାଳ

ଶୋତ୍ର ଗାଏନା, ଶୃତି ଲେଖେନା

ତଥାପି ମୁଁ ଶରଶଯ୍ୟା ରେ ଚିରକାଳ ଚିରକାଳ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍