STORYMIRROR

Soubhagini Parida

Classics

4  

Soubhagini Parida

Classics

ଶବ୍ଦ ବ୍ରହ୍ମ

ଶବ୍ଦ ବ୍ରହ୍ମ

1 min
303

ଶବ୍ଦ ମାନେ ମୋତେ ଛୁଇଁ ଦେବା ପରେ

ମୁଁ ଉଠିପଡ଼ିଲି

ସମୟ ର କବର ଭିତରୁ

ମହେଞ୍ଜୋଦାରୋ ଯୁଗରୁ ଶୋଇଥିବା

ସୁନାରଙ୍ଗୀ ପକ୍ଷୀ l

ସେ ଶବ୍ଦ,

ସମୁଦ୍ର ଅଭ୍ୟନ୍ତର

ପାତାଳପୁରୀ ର ଗୁମ୍ଫା ରେ

ସୁଷୁପ୍ତି ରେ ଥିବl

ସାମୁଦ୍ରିକ ବତାସ ର ଆଖି,

ଚେତନା ର ବରଫ ଶୃଙ୍ଗ ରୁ

ସଦ୍ୟ ସ୍ନାନ ସାରି ଫେରିଥିବା

ମନ୍ତ୍ରସିକ୍ତ ଶାନ୍ତଶୁଭ୍ର ଜlଙ୍ଗଲିକ ପକ୍ଷୀ l

ଭୋଗୁ ଥିବା ସମୟର ସାୟରୀ ଭିତରୁ ସେ

ଝରିପଡୁଥିବା ଲତପତ ବେଦନା ଵିନ୍ଦୁଏ,ଯେ ପୁଣି 

ଦେଇପାରେ ଆଶ୍ୱାସ ର ହିରଣ୍ମୟ ସ୍ପର୍ଶ,

ଗଢ଼ିପାରେ ଯୁଗଯନ୍ତ୍ରଣlକୁ ନେଇ

ବିଶ୍ୱାସ ର ଶହ ଶହ ନୂତନ ପୃଥିବୀ l

ସେ ଶବ୍ଦ ପୁଣି ମୋ ତୁରୀ୍ୟlତୀତ ଚେତନା ରେ

ଅହରହ ଶୁଭୁଥିବା, ଓଁକାର ର 

 ନିର୍ଲିପ୍ତ ବଂlଶୁରୀ ସ୍ଵନ ରେ

ମାଳ ମାଳ ବ୍ରହ୍ମାଣ୍ଡ ମଣ୍ଡଳ କୁ ଅନୁଭବିବା ର

ମନ୍ତ୍ର ଏକlକ୍ଷରୀ l

ଏମିତିବି କିଛି ଶବ୍ଦ ଥାଏ ଯାହାର ସ୍ମରଣ ମାତ୍ରକେ

ଫିଟିପଡ଼େ ଅବରୁଦ୍ଧ ଅଣସର

ମୁଁ ପାଲଟିଯାଏ ନିଜେ

ଅଣାକlର ଶବ୍ଦବ୍ରହ୍ମ,ନିଜକୁ ପଚାରେ ପୁଣି 

ସତରେ ମୁଁ ଶବ୍ଦ ଅବା କବି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics