STORYMIRROR

Soubhagini Parida

Others

4  

Soubhagini Parida

Others

ଶେଷ ମେଘ

ଶେଷ ମେଘ

1 min
279

ମର୍ତ୍ତ୍ୟ ରୁ ପାଇଲି ପ୍ରେମିକ ର ଚିଠି ମୁଗ୍ଧ ମଳୟ ର ହାତେ 

ରହିପାରିବିକି ବିଶ୍ୱପ୍ରେମିକା ମୁଁ ମଧୁପୁରୀ ମୋର ଦେଶେ

ମୋହିନୀ ରାଜ୍ୟ ରୁ ଓ଼ଲ୍ହାଇ ଆସିଲି ମଞ୍ଜୁଳ ମୁଁ ମଞ୍ଜରିତେ 

ଅଞ୍ଜୁଳି ପାତି ତୋଳିନିଅ ମୋତେ ମକରନ୍ଦ ମଧୁକୋଷେ


ମୃଦୁ ମଦାଳସା ମାଧବୀ ମାଳିକା ମଘବତୀ ମେଘକନ୍ୟା

ମଲ୍ହାର ତୋଳେ ଆକାଶ ରା ବକ୍ଷେ ପ୍ରେମେହେଲି ଆନମନା

ମୋହିତ ମନ୍ମୟ ନୀଳ ଭାସ୍କର୍ଯ୍ୟ ରେ କରିବାକୁ ସତେ ଧନ୍ୟା

ମଗ୍ନ ମୁଁ ଆଜି ମାଟିର ମହକେ ନୃତ୍ୟ ମୋ ଛନ୍ଦହୀନା


ମୌନ ଅଭିସାରେ ଆସିଥିଲି ମୁହିଁ ତେବେବି ଉନ୍ମତ୍ତା ପଥେ

ସାତ ସମୁଦ୍ର ଓ ତେରନଈ ଜଳ ବାହି ଇନ୍ଦ୍ରଧନୁ ର ରଥେ

ମଞ୍ଜିର ମାଣିକ୍ୟ ମେଘାସିନୀ ଶିଖେ ହଜାଇଦେଇଛି ପଥେ

ଫେରିଚାହେଁ ନାହିଁ ସ୍ମୃତିର ସନ୍ତକ ରହିଥାଉ ତୁମ ପାଶେ


ମୁକ୍ତିର ମୁହୂର୍ତ୍ତ ମୁକୁଳିତ ମନେ ମୌସୁମୀ ର ହାତ ଧରି

ବିଶ୍ୱପ୍ରେମିକା ମୁଁ ପ୍ରେମରେ ନିଃସ୍ବ ଯାଉଛି ଯାଉଛି ଫେରି 

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍