ସହଧର୍ମିଣୀ
ସହଧର୍ମିଣୀ
ଅପେକ୍ଷା କରି ତୁମ ନୀଳକଇଁ ବହୁ ଯୁଗରୁ
ତୋଳିଲେ ତ ବାଲିଘର ବାହାଘର ଦିନରୁ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୧।
ସୁଖରେ ଦୁଃଖରେ, ଭଲରେ ମନ୍ଦରେ,
ଛାଇ ପରି ରହେ ମୋ ଚଲା ପଥରେ,
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୨।
ତାର ସରଳ ଚପଳ ମତି, ହୀରକ ପରାୟ କାନ୍ତି,
ପାଖେ ରହିଥିଲେ, ମନରେ ନ ଥାଏ ତ କିଛି ଭ୍ରାନ୍ତି
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୩।
ମୋ ମନର ସ୍ନେହ ପ୍ରଦାୟିନୀ, ମନ୍ତ୍ରଣା ଦାୟିନୀ
ମୋର ପ୍ରେରଣା ଦାୟିନୀ, ମୋର ତ ଅର୍ଦ୍ଧାଙ୍ଗିନୀ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୪।
ସେ ତ ମନଲୋଭା ମୋ ପାଇଁ ଅତୀବ ସୁନ୍ଦର
କହିପାର ତୁମେ ସିଏ ତ ମୋର ମନ ଚୋର,
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୫।
ଶାସ୍ତ୍ର ଅନୁସାରେ ସେ ମୋର ସାଥୀ ସାତ ଜନମକୁ
କାୟା ସହ ଛାୟା ପରି, ପ୍ରଫୁଲ୍ଲିତ କରେ ମନକୁ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୬।
ମୋ ସାବିତ୍ରୀ, ସତୀ ଅନସୂୟା ସଦୃଶ ଲୟ ଥାଏ
କୁପଥରେ ଗଲେ ପାଦେ ପାଦେ ସୁପଥ ଦେଖାଏ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୭।
ଘରର ସମସ୍ତ ଯତନ ନିଏ, ଘରର ଗୃହଲକ୍ଷ୍ମୀ ସିଏ
ଆମର ଦୁଇଟି ଆତ୍ମା ସିନା କିନ୍ତୁ ଆମ ହୃଦୟ ଗୋଟିଏ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୮।
କଷ୍ଟ ସହି ଶିଶୁକୁ ପାଳନ୍ତି, ବାତ୍ସଲ୍ୟ ଭାବକୁ ନେଇ
ଶିଶୁ ହିଁ ତାଙ୍କ ହୃଦୟ ସ୍ପନ୍ଦନ ଆଶା ଆଲୋକକୁ ନେଇ
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୯।
ମୋ ପାଇଁ ତା ମନରେ ନରହେ ତିଳେ ମାତ୍ର ଛଳନା,
ପ୍ରେମକୁ ତାହାର କାହା ସହ ହୋଇ ପାରେନା ତୁଳନା
ଏହି ସଂସାରରେ, ତାର ସରିହେଵ କିଏ ?
ମୋ ସହଧର୍ମିଣୀ ତ ସିଏ ।୧୦।

