Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramodini Parichha

Romance

4  

Pramodini Parichha

Romance

ଆମ ପ୍ରେମ

ଆମ ପ୍ରେମ

1 min
373


ଆସନ୍ତନି ଥରେ

  ସାଗର ବେଳାକୁ

   ତୋଳିବାକୁ ବାଲିଘର

ସେଇ ବାଲିଘରେ

  ମୁଁ ଯେ ହେବି ରାଣୀ

    ତମେ ହେବ ରାଜା ମୋର ।


ଚୁପି ଚୁପି ଆସି

   କହୁଥିବ କଥା

    ଆମ ସ୍ମୃତି ପ୍ରଣୟର

ଲାଜୁଆ ଆଖିରେ

   ମୁଁ ଯେ ଚାହିଁ ଥିବି

     ଶୁଣି ତୁମ କଣ୍ଠ ସ୍ୱର ।


ଆଙ୍କି ଦେବ ତୁମେ

   ପୀରତି ଚୁମ୍ବନ

     ପିଆସୀ ଓଠର ଧାରେ

ଲାଜେ ଭିଜୁଥିବ

    ନୀଳ ସାଗର ଟା

      ଶାମୁକା ର ପରଶରେ ।


ବେଳାଭୂମି ସତେ

   ପଡ଼ିବ ଉଛୁଳି

     ହସିବ ସ୍ବପ୍ନ ସହର

ବାହୁ ବନ୍ଧନରେ

   ହଜିଯିବି ମୁଁ ଯେ

    ଭୁଲି ନିଜ ଅନ୍ତଃସ୍ବର ।


ଚିରଦିନ ପାଇଁ

   ସଂପର୍କ ର ସେତୁ

     ହେବ ସିନା ବାଲିଘର

ଅମଡ଼ା ବାଟରେ

  ଚାଲିଯିବା ଆମେ

    ସାକ୍ଷୀ ଥିବ ବତୀଘର ।


Rate this content
Log in

Similar oriya poem from Romance