STORYMIRROR

Tapaswini DashSarangi

Romance

3  

Tapaswini DashSarangi

Romance

ତୁମେ ପାଦ ରଖ ମୋ ଦୁଆରେ

ତୁମେ ପାଦ ରଖ ମୋ ଦୁଆରେ

1 min
202

ମୃଦୁ ମଳୟକୁ ସାଥେ ଧରି ଯେବେ

ତୁମେ ପାଦ ରଖ ମୋ ଦୁଆରେ

ଋତୁରାଜ ସେବେ ବାଟହୁଡା ହୁଏ

ବୈଶାଖେ ଶ୍ରାବଣୀ ଝରେ।


ତାରାର ରୋଷଣୀ ଆଲୋକରେ ଯେବେ

ତୁମେ ପାଦ ରଖ ମୋ ଦୁଆରେ

ଚାନ୍ଦକୁ ଟିକିଲି କରି ମୋ ମଥାର

ଥାଏ ତୁମ ପ୍ରତୀକ୍ଷାରେ।


ଚୋରା ଚଇତିକୁ ସାଥେ ଧରି ସାଥୀ

ତୁମେ ପାଦ ରଖ ମୋ ଦୁଆରେ

ପୂବେଇ ପବନ ଲାଜରେ ଝାଉଁଳେ

ମଧୁ ଝରେ ଉଆଁସରେ।


ପ୍ରେମ ବର୍ଣ୍ଣମାଳା ହସ୍ତେ ତୁମ ଧରି

ତୁମେ ପାଦ ରଖ ମୋ ଦୁଆରେ

ସେ ବର୍ଣ୍ଣମାଳାକୁ ସଜେଇ ମଜେଇ

ଲେଖେ ମୁଁ ମୋ କବିତାରେ।


ପ୍ରଣୟ ରାଗକୁ ସଙ୍ଗୀତ ସଜାଇ

ତୁମେ ପାଦ ରଖ ମୋ ଦୁଆରେ

ବେସୁରା କଣ୍ଠରେ ଗାୟିକା ସାଜେ ମୁଁ

ମନ ଝୁମେ ମୂର୍ଚ୍ଛନାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance