STORYMIRROR

Kishore chandra Samal

Romance

3  

Kishore chandra Samal

Romance

ମନମୋର ପ୍ରଜାପତି

ମନମୋର ପ୍ରଜାପତି

1 min
193


ପ୍ରତିଟି ମୂହୁର୍ତ୍ତ ପୁଲକିତ କରେ

      ତୃପ୍ତି ର ପରଶ ଦେଇ,,

ଆତ୍ମହରା ଏକ ନିସ୍ତବ୍ଦ ପ୍ରାଣରେ

       ଶୀହରଣ ଯାଏ ଚେଇଁ,,।୧।

ଅଳସୀ ଦେହରେ ଦିଏ ଶୀହରଣ

       ଯାହାକୁ ଦିଏ ମୁଁ ଛୁଇଁ,,

ପ୍ରଣୟରେ ଭିଜା ମତୁଆଲା ମନ

     ଉଡେ ପ୍ରଜାପତି ହୋଇ ।୨।


ଭାବ ପୀରତି କୁ ଭଲପାଏ ବୋଲି

       ଭାବରେ ମୁଁ ବୁଡିରହେ,,

ସ୍ନେହ ଶରଧା ରୁ ଟିକିଏ ପାଇଲେ

      ମନମୋର ଉଡୁଥାଏ ।୩।

ସୁରଭି ମହକେ ହୃଦୟକୁ ଜିଣେ

     ଦୁଇ ଡେଣା ମେଲି ଦେଇ,

ମାଦକତା ମନ ମଧୁ ଖୋଜିବୁଲେ

     ଉଡେ ପ୍ରଜାପତି ହୋଇ ।୪।


ପ୍ରେମ ଅଟେ ମନ ଆତ୍ମାର ବନ୍ଧନ

      ଜୀବନ ସଙ୍ଗୀତ ପାଇଁ,,

ଏ ଜୀବନ ନୁହେଁ ପର ସୁଖ ଦେଖି

      ଈର୍ଷା ରେ ଜଳିବା ପାଇଁ ।୫।

ସମାଜରେ ପ୍ରେମ,ପ୍ରେମ ହୋଇନାହିଁ

         ପବିତ୍ର ବନ୍ଧନ ହୋଇ,

ତ୍ୟାଗ-ଉଦାରତା ତଥାପି ମୁଁ ଖୋଜେ

      ଉଡେ ପ୍ରଜାପତି ହୋଇ।୬।


ଖୋଜିବାରେ ଯେତେ ମଜା ଭରିଥାଏ

      ପାଇବାରେ ସେତେ ନାହିଁ,

ରୂପ ସୌନ୍ଦର୍ଯ୍ୟ ରେ ଗୁଣ ଯଦିନାହିଁ

       ସେ ରୂପଥାଇ ଲାଭନାହିଁ ।୭।

ନିଜପାଇଁ ନିଜେ ଆସିନି ମଣିଷ

      ଆସିଛି ଦୁନିଆଁ ପାଇଁ,

ସତ୍ୟ-ଗୁଣ- ବାସ୍ନା ଖୋଜି ମୁଁ ଚାଲିଛି

   ଉଡେ ପ୍ରଜାପତି ହୋଇ ।୮।


ଚନ୍ଦନ ମଳୟ ପୁଷ୍ପଗନ୍ଧ ଜାଣି

   ବାସ୍ନାରେ ପଖାଳେ ଦେହ,

ଗୁଣ ନଦେଖିଣ ଭଲପାଅ ନାହିଁ,

   ଦେଖି ପ୍ରେମିକାର ଦେହ ।୯।

ପ୍ରଜାପତି ଯିବ ଫୁଲ ମଉଳିବ

   ଥିବ ସ୍ନେହଶ୍ରଦ୍ଧା ପ୍ରୀତି ,

ସଭିଙ୍କ ହୃଦୟ ଛୁଇଁ ଦିଏ ତେଣୁ

    ମନମୋର ପ୍ରଜାପତି ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance