STORYMIRROR

Kishore chandra Samal

Classics

3  

Kishore chandra Samal

Classics

ଜୟ ମା ବୀଣାପାଣି

ଜୟ ମା ବୀଣାପାଣି

1 min
167

ରତ୍ନ ବିଭୂଷିତା ମା ବୀଣାପାଣି

ମା ତୋ ଦୟାରୁ ମୁର୍ଖହୁଏ ଜ୍ଞାନୀ


ବିଦ୍ୟା ପ୍ରଦାୟିନୀ ଶକ୍ତୀ ସ୍ଵରୂପିଣୀ

ମାତା ସରସ୍ବତୀ ତେଜ ସ୍ରୋତସ୍ବିନୀ


ତୋକୃପା ବଳରେ ତୋତେ ମୁଁ ଡାକୁଛି

ତୋର କୃପାପାଇଁ ସବୁ ମୁଁ ପାଇଛି


ସିଦ୍ଧ ପ୍ରଦାୟିନୀ ଅଭୟଦାୟିନୀ

କଣ୍ଠେ ବିରାଜିବୁ ଜୟ ବୀଣାପାଣି


ଲଭି ତବକୃପା କାବ୍ୟ ସୃଷ୍ଟି କରେ

ତୋ ଆଶିଷେ ଆଜି ଗୀତ ଗାଏ ସୁରେ


ଶୁଭଦୃଷ୍ଟି ମାଆ ରଖିବୁଲୋ ମାତ

ଚରଣ ବନ୍ଦିଲି କରି ଯୋଡହସ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics