STORYMIRROR

Kishore chandra Samal

Romance

3  

Kishore chandra Samal

Romance

ପଥର ହୃଦୟ

ପଥର ହୃଦୟ

1 min
149


ପଥରକୁ ଯଦି ଭଲପାଇଥାନ୍ତି,

     ସେ ଭଲପାଇଥାନ୍ତା ମୋତେ..

ହୃଦୟ ତୋହର କିଧାତୁରେ ଗଢା,

      ବୁଝିପାରିଲୁନି ମୋତେ, ।।


ଭଲ କହିଲେବି ,...ଭେଲଯଦି ହେଲା,

         ନକହିବା ତୋତେ ଭଲ,

ହୃଦୟ ତୋହର ପଥରଠୁ ନିଦା,

         ବୁଝେନାହିଁ ପ୍ରେମ ମୂଲ ।


ଫୁଲ ହୋଇପୁଣି,ବାସ ଯଦି ନାହିଁ,

     ଫୁଲଫୁଟି ଲାଭ ନାହିଁ  ,

ଯେତେ ସୁନ୍ଦର ପଳାସ ହେଲେବି,

   ଫୁଟେ ଖାଲି ଗଛେ ରହି...।।


କଣ୍ଟାତ ଆଘାତ ଦେବା ଭୁଲି ଯିବ,

          ଫୁଲର ବିଛେଦ ପାଇଁ,,

ଥୁଣ୍ଟାଗଛ ମୁଳେ ,ଜାଗା ବି ମିଳିବ,

         ତୋ ହୃଦୟେ ଜାଗା ନାହିଁ ,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance