STORYMIRROR

Kishore chandra Samal

Others

3  

Kishore chandra Samal

Others

ଜୀବନେ ସେ ଦୁଃଖ ପାଏ

ଜୀବନେ ସେ ଦୁଃଖ ପାଏ

1 min
223


ଶୁକ୍ଳପକ୍ଷ ରାତି ଚନ୍ଦ୍ର ଆଲୋକରେ

ଜ୍ୟୋସ୍ନାଭରା ହୋଇଥାଏ,,

ଶୀତଳ ଜୋସ୍ନାରେ ଜୀବ ଜଗତକୁ

କେତେ ଖୁସି ମିଳିଯାଏ ,,

ତଥାପି ଦୁନିଆ ଚନ୍ଦ୍ର ଦେବତାଙ୍କୁ

କଳଙ୍କିତ ବୋଲି କହେ.....

ଦେଖିଛ କି କେବେ ଜହ୍ନ ଆଲୁଅରେ

ଦୁନିଆଟା ଜଳିଯାଏ ??!!


ସୂରୁଜ କିରଣ ମଥା ଡେଇଁଗଲେ

ମୁଣ୍ଡଫଟା ଖରାହୁଏ

ପ୍ରଚଣ୍ଡ ଉତ୍ତାପ ଦେହରେ ବାଜିଲେ

କଷ୍ଟ ଅନୁଭବ ହୁଏ,,

ଶୀତ ମଧ୍ୟାହ୍ନରେ ସେହି ସୂର୍ଯ୍ୟ ଦେବ 

ଦେହକୁ ଉଷ୍ମତା ଦିଏ,,

କହିଛିକି କିଏ ଏଇ ସଂସାରକୁ

ସୂର୍ଯ୍ୟ ଦେବ ଲୋଡା ନୁହେଁ ??!!


ଗୋଲାପ ଫୁଲ ବି ସଭିଙ୍କ ହୃଦୟେ

କେତେ ଖୁସି ଭରିଦିଏ,

ନିଜେ ଛିଡିଯାଇ ଅନ୍ୟକୁ ଯୋଡଇ

ନିଜଠାରୁ ଦୂର ହୁଏ,

ଗୋଲାପ ପାଖୁଡା ନରମ ହେଲେ ବି

ଡାଳେ ତାର କଣ୍ଟା ଥାଏ,

କଣ୍ଟା ଭରା ସେଇ ଗୋଲାପ ଗଛକୁ

ମନ୍ଦ ବୋଲି କିଏ କହେ ??!!


ଭଲ ମନ୍ଦ ଲୋକ ସବୁଠି ଥାଆନ୍ତି

ସଭିଙ୍କ ଚାହିଦା ଥାଏ,

ଖଳ ଲୋକ ଖଳ କଥା ତ କୁହନ୍ତି,

ଭଲ ଲୋକ ଭଲ କୁହେ,

ସୁଗୁଣରେ ଭରା ଚରିତ୍ରଟି ଥିଲେ

ଭଲ ସଂପର୍କଟେ ହୁଏ,

ଭଲ ମନ୍ଦ ଯିଏ ନ ବୁଝି ପାରିବ

 ଜୀବନେ ସେ ଦୁଃଖ ପାଏ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍