STORYMIRROR

Suvendra kumar Mohapatra

Romance

3  

Suvendra kumar Mohapatra

Romance

ସ୍ବପ୍ନ

ସ୍ବପ୍ନ

1 min
230


ବିଜନ ବେଳାଭୂଇଁରୁ

ଶାମୁକା ପେଟରେ ମୁକ୍ତାର ସନ୍ଧାନରେ

ହାତ ବଢା଼ଉଥିବା କବି

କେମିତି ମୂକ ପାଲଟିଯାଉଛି

ସାଗରର ଲହଡି ଗଣି ଗଣି

ସ୍ବପ୍ନ ପାଲଟି ଯାଉଛି

ସବୁ ଆଶା ଆକାଂକ୍ଷା

କିନ୍ତୁ ଆତ୍ମଗ୍ଲାନିର ଶୂନ୍ୟପଣରେ

ଜରାଜୀର୍ଣ୍ଣ ଅଭ୍ୟାସମାନେ

ଅହରହ ଖୋଜିବୁଲନ୍ତି ଶାମୁକାର ସତ୍ତା

ସାଗରର ବାଲୁକା ଶଯ୍ୟାରେ !!

ଆକାଶ ଛାତିରେ ଚୂନା ଚୂନା

ଅସୁମାରି ଚିକମିକ ତାରାଫୁଲର

ଫିକ ଫିକ ହସରେ

ସଞ୍ଚରି ଯାଉଛି କବି

ସତେ ତୋଳି ଆଣିବ ସବୁତକ

ହସକୁରି ତାରାଫୁଲମାନଙ୍କୁ

ତା ଦୁଃଖରେ ସମଭାଗୀ ହେବେ

ସୁଖର ହାଟ ବସେଇବେ

ଲଟେଇକରି ତା ନିଃଶ୍ଚୁପ ଓଠଧାରରେ

କିନ୍ତୁ ହଜିଗଲେ

ପାହାନ୍ତି ବାର୍ତ୍ତାରେ !!

ଏମିତି ମେଞ୍ଚାଏ କୁହୁଡି ଭିତରେ

ପହଁରି ପହଁରି ଅପହଂଚରେ

ବାଟବଣା ହୁଏ କବି

ବତୁରିଯାଏ ଶୁଖିଲା ଦୀର୍ଘଶ୍ୱାସରେ

ଖୋଜିବୁଲେ ସ୍ମୃତିର ପାଦଚିହ୍ନ

ପୁଞ୍ଜିଭୂତ ଆବେଗରେ

ଏକଲାପଣରେ ଆପଣେଇନିଏ

ଦୂର ଦିଗବଳୟତଳର ପ୍ରେମ

ବିଶ୍ୱାସର ବାଲୁକାବନ୍ତରେ

ଆନମନା ହୁଏ କବି

ସ୍ତୁପୀକୃତ ଯନ୍ତ୍ରଣାରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance