STORYMIRROR

Suvendra kumar Mohapatra

Abstract Tragedy

4  

Suvendra kumar Mohapatra

Abstract Tragedy

ନଷ୍ଟନୀଡ

ନଷ୍ଟନୀଡ

1 min
238

କଥାଥିଲା ଏମିତି

ସମ୍ପର୍କର ନିବିଡ଼ତାରେ

ଅଳିଆଗଦାରୁ କାଠିକୁଟା ଆଣି

ନିରାପଦ ନିକାଞ୍ଚନ ବୃକ୍ଷରେ 

ସୁରକ୍ଷିତ ନୀଡ଼ଟିଏ ଗଢିବା

ଯେଉଁଠି ନଥିବ ବ୍ୟାଧିର ଦୌରାତ୍ମ୍ୟ

ଝଡ ବତାସର କୋକୁଆ ଭୟ

ସେଠି ଥିବ କେବଳ ସ୍ନେହର ପ୍ରଲେପ

ପ୍ରେମ ପୀରତିର ଉଷ୍ଣପ୍ରସ୍ରବଣ

ଅନାବିଳ ଆତ୍ମୀୟତାର ଆଶ୍ଲେଷ

ମୃଦ୍ୟୁ ସମୀରର ନିବିଡ ଶିହରଣ !

ସବୁ ଠିକ ଥିଲା

ଅକ୍ଷାଂଶ ଦ୍ରାଘିମା ଦୈର୍ଘ୍ୟ ପ୍ରସ୍ଥ

ବାସ୍ତୁଉପଚାରରେ ଦଶଦିଗପାଳ ପୂଜା

ଅଗ୍ନି ଐଶାନ୍ୟ ନୈରୁତ ବାୟୁକୋଣ

ପଞ୍ଚଗଵ୍ୟରେ ଶୋଧନ ହୋଇଥିଲା

ମନରେ ମିଳନର ଆବେଗତା ଥିଲା

ବିଶ୍ୱାସରେ ଅସ୍ଥା ଓ ଭରସା ଥିଲା

ପ୍ରେମରେ ଦୃଢ଼ତା ନିଷ୍କପଟତା ଥିଲା

ଆଖିରେ ପେନ୍ଥି ପେନ୍ଥି ସ୍ୱପ୍ନର ଗଜରା ଥିଲା

ନୂଆ ଏକ ନୀଡ ରଚନାରେ ଉନ୍ମାଦନା ଥିଲା

କିନ୍ତୁ କେମିତି ଗଢିବା ଆଗରୁ ଭାଙ୍ଗିଗଲା!!

ଏମିତି କେମିତି ହେଲା

ସଂସାର ସଜାଡ଼ିବା ଆଗରୁ ଉଜୁଡିଗଲା

ଆଶା ନିରାଶାକୁ ରୂପାନ୍ତରିତ ହେଲା

ମୃଦୁଭୂକଂପରେ ପୃଥ୍ୱୀ ଦୋହଲିଗଲା

ବୃକ୍ଷ ଧରାଶାୟୀ ହେଲା

ଡାଳ ପତ୍ର ଫଳ ପୁଷ୍ପ ଝଡିଗଲା

ତମେ ଉଡିଗଲ ନୂଆ ଏକ ନୀଡ ସନ୍ଧାନରେ

ମୁଁ କିନ୍ତୁ ଏବେବି ଭୂପତିତ ବୃକ୍ଷରେ

କାଠି କୁଟା ଦରାଣ୍ଡୁଛି, ଅପେକ୍ଷା କରିଛି

ସ୍ମୃତିସବୁ ଫର୍ଦ୍ଦ ଫର୍ଦ୍ଦ ରୋମନ୍ଥନ କରୁଛି

ପୁଣି ନଷ୍ଟନୀଡକୁ କାଳେ ଫେରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract