STORYMIRROR

Suvendra kumar Mohapatra

Tragedy

3  

Suvendra kumar Mohapatra

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
207


ବିନାସୂଚନାରେ ଧସେଇପଶେ, ଜରା

ହରିନିଏ ରୂପ ରଙ୍ଗ ବୈଭବ

ବଦଳିଯାଏ ତମାମ ନକସା

ସଜେଇଦିଏ ନିଆରା ଢଙ୍ଗରେ

ଆଲୁଳାଇତ ପକ୍ଵକେଶ

ଗୋଦରା କାନ୍ତିହୀନ ଶ୍ଳଥଚର୍ମ

ଚଳତ ଶକ୍ତିହୀନ ଅସ୍ଥିରପାଦ

ପାମ୍ପରା ଅସ୍ଥିପଞ୍ଜର , ଜ୍ୟୋତିହୀନ ଚକ୍ଷୁ

ବିଚଳିତ ମସ୍ତିଷ୍କ , ସ୍ୱାଦହୀନ ଜିହ୍ୱା

ଯେଉଁଠି ବଞ୍ଚିବାର ଅନ୍ୟନାମ ଯନ୍ତ୍ରଣା

ଶୁଣିବାକୁ ହୁଏ ମୃତ୍ୟୁର ପଦଧ୍ୱନି !!

ଜରା, ଯେଉଁଠି ଠିକଣା ହଜେ

ନିଜ ସୃଷ୍ଟିର ମାଲିକାନା ବି ବଦଳେ

ଆଉ କାହା ପରିଚୟରେ ବଞ୍ଚିବାକୁ ହୁଏ

ସବୁକିଛି ଅବୋଧ୍ୟ ବିଡମ୍ବିତ ଏଠି

ମୂଲ୍ୟହୀନ ଜୀବନ ଦର୍ଶନ

ଫିକାପଡେ ସିଦ୍ଧି ଓ ସାଧନା

ନିରୁତାପଣରେ ଆଚ୍ଛାଦିତ ମନପ୍ରାଣ

ଏକାକୀତ୍ୱବୋଧରେ ପକ୍ଷାଘାତ ଅସ୍ତିତ୍ୱ 

କାହାଦୟାରେ ବନ୍ଧାପଡେ ଜୀବନ

ନିରନ୍ତର ବାଣ୍ଟହୁଏ ବଳକାଆୟୁଷ!!

ଅସ୍ତଗାମୀ ସୂର୍ଯ୍ୟର ନିଷ୍ପ୍ରଭଜ୍ୟୋତି, ଜରା

ତେଣୁ ତ ଅଲୋଡ଼ା ହେବାକୁ ହୁଏ

ସ୍ନେହପ୍ରେମ ଅପହଞ୍ଚ ହାତପାହାନ୍ତରୁ

ସମର୍ପଣ ନିରର୍ଥକ ଏଠି

ଛିଣ୍ଡା କୋତରାଭଳି ଜୀବନ ବିତେ

କାହା ଆଶ୍ରାରେ ବଞ୍ଚିବାକୁ ହୁଏ

କାହା ସାହାରରେ ଚାଲିବାକୁ ହୁଏ

ଶୁଖିଲା ପତ୍ରଭଳି ଲଟକିଥାଏ ଜୀବନ

ନିମିଷକେ ହରାଇବ ସତ୍ତା

ହରିବାକୁ ହୁଏ ଜୀବନ ସାୟାହ୍ନେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy